Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

14/11/2020 at 11:33 AM

ଜୈସଲମେର ୧୪/୧୧ : ପ୍ରଧାନମନ୍ତ୍ରୀ ମୋଦି ଆଜି ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ଜୈସଲମେରରେ ପହଞ୍ଚିଛନ୍ତି। କିଛି ସମୟରେ ମୋଦି ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦି ଲୋଙ୍ଗେବାଲା ପୋଷ୍ଟରେ ୧୯୭୧ ମସିହାରେ ଯୁଦ୍ଧରେ ତିଆରି ହୋଇଥିବା ୱାର ମେମୋରିଆଲକୁ ମଧ୍ୟ ଯିବେ।

ମୋଦି କହିଛନ୍ତି, ‘ମୁଁ ଆଜି ଆପଣମାନଙ୍କ ପାଖକୁ ପ୍ରତ୍ୟେକ ଭାରତବାସୀଙ୍କ ଶୁଭକାମନା ନେଇ ଆସିଛି, ଆପଣମାନଙ୍କ ପାଇଁ ଦେଶବାସୀଙ୍କ ସ୍ନେହ ଓ ପ୍ରେମ ନେଇ ଆସିଛି। ମୁଁ ଆଜି ସେହି ବୀର ମା, ଭଉଣୀ ଓ ଶିଶୁଙ୍କୁ ମଧ୍ୟ ଦୀପାବଳିର ଶୁଭକାମନା ଦେଉଛି, ସେମାନଙ୍କ ତ୍ୟାଗକୁ ପ୍ରଣାମ ଜଣାଉଛି, ଯେଉଁମାନଙ୍କ ପୁଅ, ଭାଇ, ବାପା ସୀମାରେ ଅଛନ୍ତି। ଆପଣମାନେ ବରଫାବୃତ୍ତ ପାହାଡିଆ ଅଞ୍ଚଳରେ ରୁହନ୍ତୁ କି ମରୁଭୂମିରେ, ମୋ ଦୀପାବଳି ଆପଣମାନଙ୍କ ପାଖକୁ ଆସି ହିଁ ପୁରା ହୋଇଥାଏ। ଆପଣଙ୍କ ମୁହଁର ତେଜ ଦେଖିଲେ ଖୁସି ଦେଖିଲେ ମୋ ଖୁସି ଦୁଇଗୁଣ ହୋଇଯାଏ।’

   Related Posts