ମନୋହର ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି: ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୋଆରେ ମୋଦି

Published By : Prameya-News7 Bureau | March 18, 2019 IST

ଦିଲ୍ଲୀ ୧୮/୩ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ବହୁତ ସମୟ ଧରି କ୍ୟାନସର ସହ ଲଢ଼ିବା ପରେ ୬୩ ବର୍ଷ ବୟସରେ ପରିକରଙ୍କ ଦେହାନ୍ତ ହୋଇଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନୈତିକ ଦଳର ନେତାମାନେ ପାରିକରଙ୍କ ନିଧନରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି |

{"id":94741}

ଆଜିର ଦିନକୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶୋକ ଦିବସ ଘୋଷଣା କରିଛନ୍ତି | ଆଜି ସନ୍ଧ୍ୟାରେ ପାରିକରଙ୍କ ଅନ୍ତିମ ସଂସ୍କାର ହେବ | ପାରିକରଙ୍କ ନିଧନରେ ପୁରା ଦେଶରେ ଶୋକର ଛାୟା ଖେଳି ଯାଇଛି | ପରିକରଙ୍କ ନିଧନରେ ଗୋଆରେ ୭ ଦିନ ପାଇଁ ରାଜକୀୟ ଶୋକ ଘୋଷଣା କରାଯାଇଛି | ଆଜି ଗୋଆରେ ସମସ୍ତ ସ୍କୁଲ, କଲେଜ, ଅଫିସ ସହ ଜିଲ୍ଲା କୋର୍ଟ ଏବଂ ହାଇକୋର୍ଟ ବନ୍ଦ ରହିଛି |

{"id":94742}


ନରେନ୍ଦ୍ର ମୋଦି ଆଜିର ସମସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ପାଣାଜୀରେ ପହଂଚିଛନ୍ତି | ମୋଦି ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

{"id":94740}


ପାରିକରଙ୍କ ଅନ୍ତିମ ଯାତ୍ରାରେ ଗୃହମନ୍ତ୍ରୀ ରାଜନାଥ ସିଂ ସାମିଲ ହୋଇଥିଲେ | ପାରିକରଙ୍କ ପାର୍ଥିବ ଶରୀରକୁ ପାଣାଜୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ରଖାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.