Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ଲମତାପୁଟ : ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୪ ଗିରଫ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ରାଜ୍ୟରେ ୪ହଜାର ଉପରେ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୭୬୧ ପଜିଟିଭ୍ ଚିହ୍ନଟ
  • ||
  • ବ୍ରହ୍ମପୁର : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା
  • ||

କୋଲକାତାରେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରାଲି: ପହଞ୍ଚିଲେ ମିଥୁନ, ବ୍ରିଗେଡ ମଇଦାନରେ ଧରିବେ ପଦ୍ମ

7/03/2021 at 8:48 AM

କୋଲକାତା ୦୭/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତା ବ୍ରିଗେଡ ମଇଦାନରେ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ। ମୋଦିଙ୍କ ଏହି ରାଲିରେ ସାମିଲ ହେବାକୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀରେ କୋଲକାତାରେ ପହଞ୍ଚିଛନ୍ତି। ବିଳମ୍ବିତ ରାତିରେ ସେ ରାଜ୍ୟ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗିୟଙ୍କୁ ସାକ୍ଷାତ କରିଥିଲେ। ରବିବାର ଅପରାହ୍ନ ୧୨ଟା ସମୟରେ ବ୍ରିଗେଡ ମଇଦାନରେ ସେ ବିଜେପିରେ ସାମିଲ ହେବେ।

ରାଲିରେ ମୋଦିଙ୍କ ସହ ବିଜେପିର ତମାମ ବରିଷ୍ଠ ନେତା ଉପସ୍ଥିତ ରହିବେ। ମିଥୁନଙ୍କ ଛଡା ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବେ କି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ମୋଦିଙ୍କ ରାଲିରେ ଗାଙ୍ଗୁଲି ବିଜେପିରେ ସାମିଲ ହେବାନେଇ ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟା ବ୍ରିଗେଡ ମଇଦାନରେ ପହଞ୍ଚିବେ। ତେବେ ଗାଙ୍ଗୁଲି ବିଜେପିରେ ସାମିଲ ହେବେ ନା ନାହିଁ ଏବଂ ଯଦି ହେବେ ତାହେଲେ ଆଜି ହେବେ କି ବୋଲି ଲୋକଙ୍କ ମନରେ ସନ୍ଦେହ ରହିଛି।

ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ବଡ ବଡ ନେତା ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି। ସେ ଦୃଷ୍ଟିକୋଣରୁ ଆଜି ପଶ୍ଚିମବଙ୍ଗରେ ରାଜନୀତିର ସୁପରସଣ୍ଡେ ବୋଲି କୁହାଯାଉଛି। ଆଜି ମୋଦି ବ୍ରିଗେଡ ମଇଦାନରେ ଏକ ରାଲିକୁ ସମ୍ବୋଧିତ କରିବେ। ଅପରପକ୍ଷରେ ମମତା ବାନାର୍ଜୀ ଆଜି ଉତ୍ତର କୋଲକାତାରେ ମହଙ୍ଗା ଦର ବିରୋଧରେ ପଦଯାତ୍ରା କରିବେ। ବୃଦ୍ଧି ପାଉଥିବା ଗ୍ୟାସ ସିଲିଣ୍ଡର ଦର ବିରୋଧରେ ମମତା ପଦଯାତ୍ରା କରିବେ।

ବିଜେପି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନିଜ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ନନ୍ଦିଗ୍ରାମ ଟିକେଟ ଦେଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ହିଁ ନିର୍ବାଚନ ଲଢ଼ୁଛନ୍ତି। ୨୯୪ ବିଧାନସଭା ଆସନ ପାଇଁ ପଶ୍ଚିମବଙ୍ଗରେ ମାର୍ଚ୍ଚ ୨୭ ତାରିଖରୁ ୮ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ। ପ୍ରଥମ ତାଲିକାରେ ବିଜେପି ନିଜ ତରଫରୁ ୫୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

   Related Posts