Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ବିହାର ନିର୍ବାଚନ: ଆଜି ନିର୍ବାଚନ ମଇଦାନକୁ ଓହ୍ଲାଇବେ ପିଏମ ମୋଦି ଓ ରାହୁଲ ଗାନ୍ଧି, ନୀତିଶଙ୍କ ସହ ମୋଦି ତ ତେଜସ୍ବୀଙ୍କ ସହ ନଜର ଆସିବେ ରାହୁଲ

23/10/2020 at 8:49 AM

ନୂଆଦିଲ୍ଲୀ ୨୩/୧୦: ବିହାରରେ ଧୀରେ ଧୀରେ ନିର୍ବାଚନ ଲଢ଼େଇ ରୋମାଞ୍ଚକ ହେବାରେ ଲାଗିଛି। ଏହାରି ଭିତରେ ବିହାର ନିର୍ବାଚନ ପାଇଁ ଆଜି ସବୁଠୁ ବଡ଼ ଦିନ। କାରଣ ଆଜି ନିର୍ବାଚନୀ ମଇଦାନକୁ ଓହ୍ଲାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି। ବିହାରରେ ଦୁଇ ନେତାଙ୍କ ଆଜି ଏହା ହେଉଛି ପ୍ରଥମ ରାଲି। ତେବେ ମୋଦି ଆଜି ବିହାରରେ ତିନିଟି ରାଲି କରିବେ ଓ ରାହୁଲ କରିବେ ଦୁଇଟି ରାଲି। ପିଏମ ମୋଦିଙ୍କ ସହ ନଜର ଆସିବେ ନୀତିଶ କୁମାର ଓ ତେଜସ୍ବୀ ଯାଦବଙ୍କ ସହ ଦେଖିବାକୁ ମିଳିବ ରାହୁଲ। ଏହି ଦୁଇ ପକ୍ଷ କରୋନା ନିୟମ ପାଳନ କରିବେ।

ପିଏମ ମୋଦି ଆଜି ତିନିଟି ସ୍ଥାନରେ ଅର୍ଥାତ ରୋହତାସ, ଗୟା ଓ ଭାଗଲପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ରୋହତାସ ଓ ଭାଗଲପୁରରେ ନୀତିଶ କୁମାର ମୋଦିଙ୍କ ସହ ରହିବେ। ସେହିପରି ରାହୁଲ ଗାନ୍ଧି ମଧ୍ୟ ଭାଗଲପୁର ଜିଲ୍ଲାର କହଲଗାଁ ଓ ନବାଦର ହିସୁଆରେ ରାଲି​ କରିବେ। ଏହି ଅବସରରେ ରାହୁଲଙ୍କ ସହ ନଜର ଆସିବେ ତେଜସ୍ବୀ ଯାଦବ।

ବିହାର ଗ୍ରସ୍ତ ପୂର୍ବରୁ ମୋଦି ଟ୍ବିଟ୍ କରି ଏ ବାବଦରେ ଜଣାଇଛନ୍ତି। ଏହା ସହ ସେ ବିହାରବାସୀଙ୍କ ସାମ୍ନାରେ ଏନଡିଏର ବିକାଶ ଏଜେଣ୍ଡାକୁ ଲୋକଙ୍କ ସାମ୍ନାରେ ରଖିବା​ କହିଛନ୍ତି। ଆଜି ସକାଳ ୯.୩୦ରେ ମୋଦିଙ୍କର ପ୍ରଥମ ରାଲି ଅନୁଷ୍ଟିତ ହେବ। ସେହିପରି ଦ୍ବିତୀୟ ରାଲି ୧୧.୧୫ ଓ ତୃତୀୟ ରାଲି ୧.୩୦ରେ ହେବ। ପିଏମ ମୋଦିଙ୍କ ରାଲିକୁ ଦୃଷ୍ଟିରେ ରଖି କରୋନା ପ୍ରୋଟୋକଲକୁ ପୂରା ପାଳନ କରାଯିବ। ମୋଦିଙ୍କ ସହ ମଞ୍ଚରେ ସାମିଲ ହେବାକୁ ଥିବା ସମସ୍ତ ନେତା ଓ ଅଧିକାରୀଙ୍କ କରୋନା ଟେଷ୍ଟ ଅନିବାର୍ଯ୍ୟ।

   Related Posts