ନୂଆଦିଲ୍ଲୀ ୦୧/୦୭ : ଚୀନ-ଭାରତ ସୀମା ବିବାଦ ଉତ୍ତେଜନା ଥମିବାର ନାଁ ନେଉନାହିଁ | ଭାରତ ସରକାର ସୋମବାର ଦିନ ୫୯ଟି ଚାଇନିଜ ଆପ ବ୍ୟାନ କରିଦେଇଛନ୍ତି | ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନିଜ ଆପ Weibo ରୁ ନିଜ ଆକାଉଣ୍ଟ ହଟେଇ ଦେଇଛନ୍ତି | ମୋଦି ୨୦୧୫ ମସିହାରେ ଏହି ଆପ ଜଏନ କରିଥିଲେ | Weibo ମଧ୍ୟ ୫୯ ଆପ ତାଲିକାରେ ସାମିଲ ଅଛି ଯେଉଁସବୁ ଆପ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି | ଏହି ଆପରେ ମୋଦିଙ୍କ ଆକାଉଣ୍ଟରୁ ଡାଉନଲୋଡ଼ ହୋଇଥିବା ସମସ୍ତ ଭିଡିଓ ମଧ୍ୟ ଡିଲିଟ ହୋଇଯିବ |
{"id":294449,"sizeSlug":"large"}ସୂଚନାଯୋଗ୍ୟ ଯେ, Weibo ଆପ ରେ ଭିଆଇପି ଆକାଉଣ୍ଟ ହଟାଇବା ପାଇଁ କିଛି ବିଶେଷ ନିୟମ ରହିଛି | ଏହି ଆକାଉଣ୍ଟକୁ ହଟାଇବା ପାଇଁ ଆପ ତରଫରୁ ଅନୁମତି ମିଳିବ ବିଳମ୍ବ ହେଉଥିଲା | ଏହି ଆପ ଦ୍ୱାରା ମୋଦିଙ୍କ ଆକାଉଣ୍ଟରେ ୧୧୫ଟି ଭିଡିଓ ପୋଷ୍ଟ ହୋଇଥିଲା | ଆପୋଷ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ସମସ୍ତ ଭିଡିଓ ଡିଲିଟ କରିଦିଆଯିବା | ବହୁ ପ୍ରୟାସ ପରେ ୧୧୩ ଭିଡିଓ ଡିଲିଟ କରାଯାଇଛି |
wp:core-embed/twitter {"url":"https://twitter.com/ANI/status/1278293374420824071","type":"rich","providerNameSlug":"twitter","className":""} /wp:core-embed/twitterଯେଉଁ ୨ଟି ପୋଷ୍ଟ ଡିଲିଟ ହୋଇପାରିନାହିଁ ସେଥିରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଫଟୋ ଅଛି | ଏବେ ମଧ୍ୟ ମୋଦିଙ୍କ ଆକାଉଣ୍ଟରେ ଏହି ଦୁଇଟି ଫଟୋ ଦେଖିବାକୁ ମିଳୁଛି | ଏହି ଆକାଉଣ୍ଟରେ ମୋଦିଙ୍କ ୨ ଲକ୍ଷ ୪୪ ହାଜର ଫଲୋୟର୍ସ ଥିଲେ |