ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ରାଜକୀୟ ସ୍ବାଗତ: ଭାରତରେ ୪୪ ବିଲିୟନ ଡଲାର ପୁଞ୍ଜି ବିନିଯୋଗ ଲାଗି ବୁଝାମଣା

Published By : Prameya-News7 Bureau | February 20, 2019 IST

ଦିଲ୍ଲୀ ୨୦/୨ : ଇନଫ ଇଜ୍‌ ଇନଫ୍‌ । ପୁଲୱାମା ଘଟଣା ପରେ ପାକିସ୍ତାନର ଆତଙ୍କବାଦୀ ପ୍ରେମକୁ ୩୬୦ ଡିଗ୍ରୀ ଘେରିବା ଲାଗି ଭାରତ ତାର ଉଦ୍ୟମ ଜୋରଦାର କରିଛି। ଭାରତ ଗସ୍ତରେ ଆସିଥିବା ସାଉଦି ପ୍ରିନ୍‌ସ ଆତଙ୍କବାଦ ପ୍ରସଙ୍ଗରେ ଭାରତର ସମସ୍ତ ଆଭିମୁଖ୍ୟକୁ ସମର୍ଥନ ଜଣାଇଛି। ସେପଟେ ଫ୍ରାନ୍‌ସ କହିଛି ମାସୁଦ୍‌ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଜାତିସଂଘରେ କଥା ଉଠାଇବ ଫ୍ରାନ୍‌ସ।

{"id":87186}

ସାଉଦି ଆରବର ପ୍ରିନ୍‌ସ ମହମ୍ମଦ ବିନ୍‌ ସଲମାନଙ୍କୁ ରାଜକୀୟ ସ୍ବାଗତ। ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିଥିବା ବେଳେ ଆଜି ରାଷ୍ଟ୍ରପତି ଭବନରେ ଦିଆଯାଇଥିଲା ଭବ୍ୟସ୍ବାଗତ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ହୋଇଥିଲା ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା।

{"id":87193}

ଆଉ ସାଉଦିଆରବ ଭାରତରେ ୪୪ ବିଲିୟନ ଡଲାର ପୁଞ୍ଜି ବିନିଯୋଗ କରିବା ଲାଗି ବୁଝାମଣା ହୋଇଛି। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଠିଛି ଆତଙ୍କବାଦ ପ୍ରସଙ୍ଗ। ପୁଲୱାମା ଘଟଣାକୁ ନିନ୍ଦା କରିବା ସହିତ ଭାରତକୁ ସବୁଫୋରମରେ ସମର୍ଥନ ଜଣାଇଛି ସାଉଦି ଆରବ୍। ଏଥିସହିତ ଭାରତ ସହିତ ଗୁଇନ୍ଦା ତଥ୍ୟ ମଧ୍ୟ ଆଦାନପ୍ରଦାନରେ ସାହାଯ୍ୟ।

{"id":87187}

ପାକିସ୍ତାନର ସ୍କ୍ରୁ ଟାଇଟ୍‌ କରିବା ଲାଗି ଭାରତ ଆନ୍ତର୍ଜାତିକ ସ୍ତରରେ ଚାପ ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପକ୍ଷରୁ ଏକ ବିବୃତିରେ ପୁଲୱାମା ଘଟଣାକୁ ଅତି ଭୟଙ୍କର କୁହାଯାଇଛି। ବିଶ୍ବର ଯେକୌଣସି ଭାଗରେ  ଆତଙ୍କବାଦକୁ ଆମେରିକା ବିରୋଧ କରୁଥିବା କୁହାଯାଇଛି। ସେପଟେ ଫ୍ରାନ୍‌ସ ପାକିସ୍ତାନକୁ ଦେଇଛି କଡ଼ା ସିଗ୍‌ନାଲ।

{"id":87194}

ମାସୁଦ ଆଝାରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବା ଲାଗି ଜାତିସଂଘରେ କଥା ଉଠାଇବ ଫ୍ରାନ୍‌ସ । ୨୦୧୭ରେ ମଧ୍ୟ ଫ୍ରାନ୍‌ସ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିଲା କିନ୍ତୁ ସେତେବେଳେ ଚୀନ ଏହାକୁ ବିରୋଧ କରିଥିଲା।

{"id":87201}

ସେହିପରି ବେଙ୍ଗଳୁରରେ ଚାଲିଥିଲା ଏୟାର ସୋରେ ଏକାଠି ହୋଇଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରଦୂତ। ବ୍ରିଟେନ ହାଇକମିଶନର ଏବଂ ରୁଷ ରାଷ୍ଟ୍ରଦୂତ ମଧ୍ୟ ଜାତିସଂଘରେ ଏହି ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ସମର୍ଥନ କରିବା ନେଇ ଘୋଷଣା କରିଛନ୍ତି।

{"id":87189}

କେବଳ ଏତିକି ନୁହେଁ ପୁଲୱାମା ଘଟଣାରେ ପାକିସ୍ତାନରେ କେଉଁପରିମାଣରେ ସଂପୃକ୍ତ ଏହାର ସବୁ ପ୍ରମାଣ ଯୋଗାଡ଼ କରୁଛି ଭାରତ। ଏହାକୁ ଆନ୍ତର୍ଜାତିକ ସମୁଦାୟ ଦିଆଯିବ। ନ୍ୟୁଜିଲ୍ୟାଣ୍ଡ ପ୍ରଥମ ରାଷ୍ଟ୍ର ଯାହାର ସଂସଦରେ ପୁଲୱାମା ଘଟଣାକୁ ନିନ୍ଦା କରି ପ୍ରସ୍ତାବ ଗୃହୀତ ହୋଇଛି।

{"id":87195}

ସେହିପରି ଆଫଗାନିସ୍ତାନ ପାକିସ୍ତାନ ହାଇକମିଶନରଙ୍କୁ ଡାକି ତାଙ୍କୁ ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.