ଓଡିଶା ସରକାରଙ୍କୁ ମୋଦିଙ୍କ ପ୍ରଶଂସା

Published By : Prameya-News7 Bureau | December 17, 2018 IST

ଭୁବନେଶ୍ବର ୧୭|୧୨: ଓଡିଶା ହକି ବିଶ୍ବକପର ସଫଳ ଆୟୋଜନ ପାଇଁ ରାଜ୍ୟ ସରକାର ଏବଂ ଓଡିଶା ଲୋକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହକିପ୍ରେମୀଙ୍କ ପାଇଁ ଓଡିଶା ହକି ବିଶ୍ବକପର ପ୍ରତି ମ୍ୟାଚ୍ ଏବଂ ଖେଳାଳିଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ଆକର୍ଷଣୀୟ । ଏହା ଦେଶର ହକିପ୍ରେମୀ ବିଶେଷ କରି ଯୁବବର୍ଗଙ୍କୁ ପ୍ରୋତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାସହ ବିଜୟୀ ବେଲଜିୟମ ଟିମ୍ ସହ ଲଢୁଆ ଖେଳ ପ୍ରଦର୍ଶନ କରିଥିବା ନେଦରଲ୍ୟାଣ୍ଡ ଟିମ୍ କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.