Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

‘ମନ୍ କି ବାତ୍’ରେ ଟିମ୍ ଇଣ୍ଡିଆକୁ ପ୍ରଶଂସା କଲେ ମୋଦି: ବିସିସିଆଇ କହିଲା-“ତ୍ରିରଙ୍ଗାକୁ ସର୍ବଦା ଉଚ୍ଚରେ ରଖିବୁ”

31/01/2021 at 6:07 PM

ନୂଆଦିଲ୍ଲୀ ୩୧/୦୧ : ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ବିଜୟ ହାସଲ୍ କରିଥିବା ଟିମ୍ ଇଣ୍ଡିଆର ସଫଳତାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଇନାହିଁ। ସାରା ବିଶ୍ୱରେ ଟିମ୍ ଇଣ୍ଡିଆକୁ ଭୁରି ଭୁରି ପ୍ରଶଂସା କରାଯାଉଛି। କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପିଟେନ୍ସିରେ ଭାରତୀୟ ଟିମ କଙ୍ଗାରୁ ଟିମ୍ ଯେଉଁଭଳି ମାତ ଦେଇଛି ତାହା ପ୍ରଶଂସନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟିମ୍ ଇଣ୍ଡିଆର ପ୍ରଦର୍ଶନରେ ବହୁତ ଖୁସି। ସେ ଟିମ୍ ଇଣ୍ଡିଆର ବିଜୟକୁ ପ୍ରେରଣାଦାୟକଃ ବୋଲି କହିଛନ୍ତି।

ରବିବାର ଦିନ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏଥର କ୍ରିକେଟ ପିଚରୁ ବି ଭଲ ଖବର ମିଳିଛି। ଆମ କ୍ରିକେଟ୍ ଟିମ୍ ଆରମ୍ଭରେ ସଙ୍କଟ ପରିସ୍ଥିତି ଦେଇ ଗତି କରିବା ସତ୍ତ୍ୱେ ଅଷ୍ଟ୍ରେଲିଆରେ ସିରିଜ୍ ବିଜୟୀ ହୋଇଛନ୍ତି। ଆମ ଖେଳାଳିଙ୍କ ଟିମ୍ ୱାର୍କ ଓ ହାର୍ଡ ୱାର୍କ ପ୍ରେରଣାଦାୟକ।” ବିସିସିଆଇ ଭାରତୀୟ ଟିମର ମନୋବଳ ବଢାଇବାକୁ ମୋଦିଙ୍କୁ ଧନ୍ୟବାଦ ଦେଇଛି।

ବିସିସିଆଇ ଟ୍ୱିଟ୍ କରିଛି, “ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ଆପଣଙ୍କୁ ଧନ୍ୟବାଦ। ଟିମ୍ ଇଣ୍ଡିଆ ଭାରତର ରାଷ୍ଟ୍ରୀୟ ଧ୍ବଜା ସର୍ବଦା ଉଚ୍ଚରେ ରଖିବାକୁ ସବୁ ସମ୍ଭବ ପ୍ରୟାସ କରିବ। କ୍ୟାପଟେନ୍ ବିରାଟ୍ କୋହଲି ମଧ୍ୟ ତ୍ରିରଙ୍ଗା ଇମୋଜୀ ସହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଟ୍ୱିଟକୁ ରିଟ୍ୱିଟ କରିଛନ୍ତି।”

ବର୍ଡ଼ର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆ ଗାବା ଗ୍ରାଉଣ୍ଡରେ ଚତୁର୍ଥ ଇନିଂସରେ ୩୨୮ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରିଥିଲା।

   Related Posts