ଆସନ୍ତୁ ଜାଣିବା ଯୋଧପୁରର କେଉଁ ଦୁଇଟି ଖାଦ୍ୟର ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଥିଲେ...

Published By : Prameya-News7 Bureau | December 04, 2018 IST

ଯୋଧପୁର ୪/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଆଡେ ବି ଯାଆନ୍ତୁ ନା କାହିଁକି ସେଠାକାର ପାରମ୍ପରିକ ଖାଦ୍ୟ ଖାଇବା କେବେ ଭୁଲନ୍ତି ନାହିଁ କି ସେହି ଖାଦ୍ୟ ବିଷୟରେ କହିବା ଭୁଲନ୍ତି ନାହିଁ | କିଛି ଦିନ ପୂର୍ବରୁ ମୋଦି ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ଯୋଧପୁର ଯାଇଥିଲେ | ସେ ଯୋଧପୁରର କିଛି ସ୍ୱତନ୍ତ୍ର ଖାଦ୍ୟର ବହୁତ ପ୍ରଶଂସା କରିଥିଲେ | ସେଠାରେ ଏକ ରାଲିକୁ ସମ୍ବୋଧିତ କରିବାବେଳେ ସେ କହିଥିଲେ ଯେ, ଯୋଧପୁରର ମିଠା, ପିଆଜ କଚୋଡି ଏବଂ ଲଙ୍କା ବରାର ସ୍ୱାଦ ସମସ୍ତଙ୍କ ମୁହଁରୁ ମିଳିଥାଏ | ଏଠାରେ କେବେ କିଏ କାହା ଉପରେ ଅଭିମାନ କରିପାରନ୍ତି ନାହିଁ | ଯୋଧପୁରର ମିଠା ସାରା ଦେଶରେ ବହୁତ ପ୍ରସିଦ୍ଧ | ଯେଉଁମାନେ ସେଠାକୁ ବୁଲିବାକୁ ସେମାନେ ଯୋଧପୁରର ମିଠା ଚାଖିବା କେବେ ମଧ୍ୟ ଭୁଲନ୍ତି ନାହିଁ | ତେବେ ଯୋଧପୁରର ଲଙ୍କା ବରା ମଧ୍ୟ ବହୁତ ପ୍ରସିଦ୍ଧ ଜ୍ଝତେବେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଦୁଇଟି ଖାଦ୍ୟର ଏତେ ପ୍ରଶଂସା କରିଛନ୍ତି ଆସନ୍ତୁ ଜାଣିବା : ଯୋଧପୁରର ଲୋକ ଏହି ଲଙ୍କା ବରା ବହୁତ ପସନ୍ଦ କରିଥାନ୍ତି | ରାଜସ୍ଥାନୀ ଲୋକେ କଚୋଡି ମଧ୍ୟ ବହୁତ ପସନ୍ଦ କରନ୍ତି | ତେବେ ସେଠାରେ ବହୁତ ପ୍ରକାରର କଚୋଡି ମିଳିଥାଏ | ଏଠାରେ ମୁଗ ଦଳି, ପିଆଜ ଏବଂ ଆଳୁରେ ତିଆରି କଚୋଡି ଲୋକେ ଅଧିକ ପସନ୍ଦ କରିଥାନ୍ତି | ଆସନ୍ତୁ ଜାଣିବା କଚୋଡିର ପ୍ରସ୍ତୁତି ପ୍ରଣାଳୀ : ୩ କପ ମୈଦା କିମ୍ବା ଅଟା, ୪ଟି କଟା ପିଆଜ, ୩ଟି କଟା କଞ୍ଚା ଲଙ୍କା, ଗୋଟେ ଚାମଚ ଅଦା ଏବଂ ରସୁଣ ପେଷ୍ଟ, ୨ ଚାମଚ ଧନିଆ ଗୁଣ୍ଡ, ଗୋଟେ ଚାମଚ ଲଙ୍କା ଗୁଣ୍ଡ, ଏକ ଚୁଟକୀ ହେଙ୍ଗୁ, ଗୋଟେ ଚାମଚ ଜିରା, ମସଲା ପାଇଁ ଘିଅ ଏବଂ ଛାଣିବା ପାଇଁ ରିଫାଇନ ତେଲ ଏକ ପ୍ୟାନରେ ଘିଅ ଗରମ କରି ଏଥିରେ ଜିରା ଏବଂ ହେଙ୍ଗୁ ପକାଇବେ | ଏହାପରେ ଧନିଆ ଗୁଣ୍ଡ ପକେଇବେ | ଏହାପରେ ପିଆଜ ପକାଇ ଫ୍ରାଏ କରିବେ | ପିଆଜ ଭାଜି ହେଲାପରେ ଏଥିରେ ଅଦା ରସୁଣ, ଲଙ୍କା ଗୁଣ୍ଡ, କଟା ଲଙ୍କା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭଜିବେ | ଏହାପରେ ଧନିଆ ପତ୍ର କାଟି ଏଥିରେ ପକେଇ ଭଲ ଭାବେ ମିକ୍ସ କରିଦେବେ | ଅନ୍ୟ ଏକ ଜାଗାରେ ମୈଦା କିମ୍ବା ଅଟା ନେଇ ସେଥିରେ ଘିଅ ଏବଂ ଲୁଣ ପକାଇ ଭଲ ଭାବେ ମିସାଇଦେବେ | ଏହାପରେ ଏଥିରେ ଅଳ୍ପ ଟିକେ ଟିକେ ପାଣି ପକେଇ ମିକ୍ସ କରିବେ | ଅଟା ଭଲ ଭାବେ ଚକଟି ସାରିବା ପରେ ଏକ ସଫା ଓଦା କପଡାରେ ୧୦ ରୁ ୧୫ ମିନିଟ ପାଇଁ ଘୋଡେଇ ରଖିବେ | ଏହା ପରେ ଛୋଟ ଛୋଟ ପୁରୀ ଆକାରର ବେଲିବେ | ଏହାପରେ ଏହି ପୁରୀ ମଝିରେ ପିଆଜର ମିଶ୍ରଣ ପକାଇ ସବୁ ଆଡୁ ବନ୍ଦ କରିଦେବେ | ଏକ କଡେଇରେ ତେଲ ଗରମ କରି ଏହି ପୁରୀ କୁ ହାଲୁକା ଲାଲ ହେବା ଯାଏଁ ଛାଣିବେ | ପ୍ରସ୍ତୁତ ହୋଇଗଲା ଆପଣଙ୍କ କଚୋଡି | ମୋଦିଙ୍କ ବିଷୟରେ ଶୁଣିବାକୁ ମିଳିଛି ଯେ, ସେ ରାତିରେ ଯେତେ ବିଳମ୍ବରେ ଶୋଇଲେ ମଧ୍ୟ ଭୋର ୫ଟା ରୁ ଉଠନ୍ତି | ଏହାପରେ ଘଣ୍ଟେ ଯୋଗ କରନ୍ତି | ସେ ସାକାହାରୀ ଭୋଜନ ବହୁତ ଭଲ ପାଆନ୍ତି | ଯେଉଁଥିପାଇଁ ସେ ସବୁବେଳେ ଫିଟ ରହନ୍ତି | ସେ ସବୁବେଳେ ହାଲୁକା ଖାଇବା ପସନ୍ଦ କରନ୍ତି | ନବରାତ୍ରି ବେଳେ ସେ ୯ଦିନ ବ୍ରତ ମଧ୍ୟ କରିଥାନ୍ତି ଏବଂ ଦିନରେ କେବଳ ଗୋଟିଏ ଫଳ ଖାଇଥାନ୍ତି | ଅପରାହ୍ନ ଭୋଜନରେ ସେ ଭାତ, ଡାଲି, ତରକାରୀ ଏବଂ ଦହି ପ୍ରତିଦିନ ଖାଇଥାନ୍ତି | ଗଳା ଭଲ ରହିବ ବୋଲି ସେ ସବୁବେଳେ ଉଷୁମ ପାଣି ପିଇଥାନ୍ତି | ସେଥିପାଇଁ ତାଙ୍କ ଭାଷଣରେ ତାଙ୍କ ଆବାଜ ସ୍ୱଚ୍ଛ ଏବଂ ଦମଦାର ଶୁଣାଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.