ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଟ୍ବିଟ୍‌କୁ ନେଇ ସୋସିଆଲ ମିଡିଆରେ ଝଡ : ‘ସାମାନ୍ୟ ଶିଷ୍ଟାଚାର ଶିଖିନାହାନ୍ତି ହେମନ୍ତ ସୋରେନ୍’ ବିଜେପି

Published By : Prameya-News7 Bureau | May 07, 2021 IST

ନୂଆଦିଲ୍ଲୀ ୦୭/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋନ କଲକୁ ନେଇ ଝାଡଖଣ୍ଡ ମୁଖମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଟ୍ବିଟ୍‌ ଏବେ ବିବାଦ ଘେରକୁ ଆସିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ନେଇ ଟ୍ବିଟ୍‌ କରି କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜଗନ ମୋହନ ଟ୍ବିଟ୍‌ କରି କହିଛନ୍ତି, 'ପ୍ରିୟ ହେମନ୍ତ ସୋରେନ୍‌ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । କିନ୍ତୁ ଜଣେ ଭାଇ ଭାବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଯେତେ ବି ମତଭେଦ ଥିଲେ ମଧ୍ୟ ଏଭଳି ସ୍ତରର ରାଜନୀତି ଆମ ରାଷ୍ଟ୍ରକୁ ହିଁ ଦୁର୍ବଳ କରିବ । କରୋନା ମହାମାରୀ ସମୟରେ ବର୍ତ୍ତମାନ ଯୁଦ୍ଧ ଲଢିବାର ସମୟ ପରସ୍ପରଙ୍କୁ ଆଙ୍ଗୁଠି ଦେଖାଇବାର ନୁହେଁ ବରଂ ଆମ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବାର ସମୟ । ଯାହାଫଳରେ ଏହି ମହାମାରୀ ବିରୁଦ୍ଧରେ ଆମେ ଲଢିପାରିବା ।‘

wp:embed {"url":"https://twitter.com/ysjagan/status/1390607324188868608","type":"rich","providerNameSlug":"twitter","responsive":true,"className":""}
https://twitter.com/ysjagan/status/1390607324188868608
/wp:embed

ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶରେ କରୋନା ମହାମାରୀ ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଝାଡଖଣ୍ଡ, ଆନ୍ଧ ପ୍ରଦେଶ, ଓଡିଶା ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଫୋନ ଯୋଗେ ମୋଦିଙ୍କ ସହ କଥା ହେବାପରେ ଟ୍ବିଟ୍ କରି ହେମନ୍ତ ସୋରେନ୍‌ ଲେଖିଥିଲେ, ‘ଆଜି ପ୍ରଧାନମନ୍ତ୍ରୀ ଜୀ ଫୋନ କରିଥିଲେ । ସେ କେବଳ ନିଜ ମନକଥା ହିଁ କହିଥିଲେ । ଭଲ ହୋଇଥାନ୍ତା ଯଦି ସେ କାମ ବିଷୟରେ କଥା ହୋଇଥାନ୍ତେ ଏବଂ କାମ ବିଷୟରେ ଶୁଣିଥାନ୍ତେ ।’

ହେମନ୍ତ ସୋରେନଙ୍କ ଟ୍ବିଟ୍‌କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ସାଂଗଠନିକ ମହାସଚିବ ବି. ଏଲ. ସନ୍ତୋଷ ପାଲଟା ଟ୍ବିଟ୍‌ କରି କହିଛନ୍ତି, 'କିଛି ନେତା ଏଭଳି ତଳ ସ୍ତରକୁ ଚାଲିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଫୋନ କରନ୍ତି ଏବଂ କୋଭିଡ୍‌-୧୯ ସ୍ଥିତିକୁ ନେଇ ଚର୍ଚ୍ଚା କରନ୍ତି । କିଛି ନହେଲେ ବି ନିଜ ପଦବୀର ଗାରିମା ବଜାୟ ରଖିବା ଉଚିତ ।‘

ଆସାବ ବିଜେପି ନେତା ହେମନ୍ତ ବିଶ୍ବା ଶର୍ମା ଟ୍ବିଟ୍‌ କରି କହିଛନ୍ତି, ‘ ହେମନ୍ତ ସୋରେନଙ୍କ ଟ୍ବିଟ୍‌ ସାମାନ୍ୟ ଶିଷ୍ଟାଚାରରୁ ବହୁ ଦୂରରେ ଏବଂ ଲୋକଙ୍କ ଅସୁବିଧାର ମଜାକ ଉଡାଇବା ଭଳି। ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.