Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍‌ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍, ହ୍ୟାକର ମାଗିଲେ ବିଟ୍‌କଏନ୍‌

3/09/2020 at 7:44 AM

ନୂଆଦିଲ୍ଲୀ ୦୩।୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍‌ର ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଯାଇଛି । ଆଜି ଏହି ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିବା ଜଣାପଡିଛି । ତେବେ ହ୍ୟାକର ମାନେ କରୋନା ଭାଇରସ ରିଲିଫ ଫଣ୍ଡ ପାଇଁ ଦାନରେ ବିଟ୍‌କଏନ୍‌ ଦେବା ପାଇଁ କହିଥିବା ଜଣାପଡିଛି ।

ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ଆକ୍ସନ ମୁଡ଼ରେ ଆସିଯାଇଛନ୍ତି ଟ୍ୱିଟର କର୍ତ୍ତୃପକ୍ଷ । ତୁରନ୍ତ ଏହି ଆକାଉଣ୍ଟରୁ ହୋଇଥିବା ଟ୍ୱିଟ୍‌କୁ ଡିଲିଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ୍‌ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହେବା ପରେ ହ୍ୟାକରେ ଲେଖିଛନ୍ତି ଯେ, ଆପଣମାନଙ୍କୁ “ମୁଁ ଅପିଲ୍‌ କରୁଛି.. କୋଭିଡ଼-୧୯ ମହାମାରୀ ମୁକାବିଲା ପାଇଁ ଆପଣମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିଲିଫ୍‌ ଫଣ୍ଡକୁ ଟଙ୍କା ଦାନ କରନ୍ତୁ ” । ଏହା ସହିତ ହ୍ୟାକ୍‌ ଏହା ମଧ୍ୟ ଲେଖିଛି ଯେ, ପେଟିଏମ୍‌ ହ୍ୟାକ୍‌ ପଛରେ ମୋର କୌଣସି ହାତ ନାହିଁ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଓ୍ୱେବସାଇଟ ଏକ ଭେରିଫାଏଡ଼ ଟ୍ୱିଟର ଆକାଉଣ୍ଟ ଅଟେ । ଏଥିରେ ୨୫ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ତେବେ ମିଳିଥିବା ସୂଚନାନୁସାରେ ହ୍ୟାକ୍‌ କରିଥିବା ଗ୍ରୁପର ନାମ ଜନ୍‌ ଓ୍ୱିକ ବୋଲି ଜଣାପଡିଛି । ୩୦ ଅଗଷ୍ଟରେ ସାଇବର ସିକ୍ୟୁରିଟି ଫାର୍ମ ସାଇବଲ ଦାବି କରିଥିଲା କି, ଜନ୍‌ ଓ୍ୱିକ ଗ୍ରୁପ ହିଁ ପେଟିଏମ୍‌ ମଲର ଡାଟା ଚୋରି କରିବାରେ ହାତ ଅଛି ।

ସେହିପରି ଜୁଲାଇ ମାସରେ ମଧ୍ୟ ବିଶ୍ୱର ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ହ୍ୟାକିଂ ହୋଇଥିଲା । ଜୁଲାଇରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍‌ ଗେଟ୍‌ସ, ଜୋ ବିଡେନ୍‌, ଜେଫ୍‌ ବୋଜୋସ୍‌ , ଆଲେନ ମସ୍କ ପରି ନାମୀଦାମୀ ଲୋକଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା । ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ବିଟ୍‌କଏନ/ କ୍ରିଫ୍ଟୋ କରେନ୍ସି ମାଗିଥିବାର ଦେଖିବାକୁ ମିଳିଥିଲା । ଏହା ବର୍ତ୍ତମାନ ଦିନରେ ସବୁଠାରୁ ବଡ଼ ସାଇବର ଆଟାକ୍‌ ଥିଲା ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।

   Related Posts