ଜି-୨୦ ସମିଟ୍‌ : ରୋମରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି, ଭାରତୀୟ ସମୁଦାୟଙ୍କ ସହ କଲେ ଆଲୋଚନା

Published By : Prameya-News7 Bureau | October 29, 2021 IST

ନୂଆଦିଲ୍ଲୀ ୨୯/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୬ତମ G20 ସମ୍ମୀଳନୀରେ ଭାଗ ନେବା ପାଇଁ ଶୁକ୍ରବାର ରୋମ୍‌ରେ ପହଞ୍ଚିଛନ୍ତି । କରୋନା ମହାମାରୀ ମଧ୍ୟରେ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ ହେଉଥିଲା କିନ୍ତୁ ଏଥର ଶାରୀରିକ ଭାବେ ଉପସ୍ଥିତ ହୋଇ G20 ବୈଠକରେ ଯୋଗଦେବେ ମୋଦି । ଗସ୍ତର ପ୍ରଥମ ଦିନରେ ରୋମର ପିୟାଜା ଗାନ୍ଧିରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଭାରତୀୟ ସମୁଦାୟଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

wp:html /wp:html

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନଭେମ୍ବର ୨ ତାରିଖ ଯାଏଁ ରୋମ୍‌ ଏବଂ ଗ୍ଲାସଗୋ ଗସ୍ତରେ ରହିବେ । ଇଟାଲୀରେ ହେବାକୁ ଥିବା ଜି-୨୦ ବୈଠକ ପାଇଁ ୨୯ ରୁ ୩୧ ଅକ୍ଟୋବର ଯାଏଁ ରୋମରେ ରହିବା ପରେ ଗ୍ଲାସଗୋରେ ୨୬ ତମ ସିଓପି-୨୬ ବୈଠକରେ ବିଶ୍ବର ଅନେକ ବଡ ବଡ ଦେଶର ନେତାଙ୍କ ସହ ବୈଠକ କରିବେ । ବୈଠକରେ ୧୨୦ ରାଷ୍ଟ୍ରର ମୁଖ୍ୟ ଏବଂ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭେଟି ଦ୍ବିପାକ୍ଷୀକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

wp:html /wp:html

ସେହିପରି ୟୁକେରେ ପ୍ରଧାନମନ୍ତ୍ରୀ ମୋଦୀ ନଭେମ୍ବର ୧ରେ ପାଖାପାଖି ୩ ଘଣ୍ଟାର ମାରାଥନ୍ ବୈଠକ କରିବେ। ଯେଉଁଥିରେ ଇସ୍ରାଏଲ୍, ଜାପାନ୍, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍, ନେପାଳ, ୟୁକ୍ରେନ୍ ଏବଂ ଆର୍ଜେଣ୍ଟିନା ମଧ୍ୟ ସାମିଲ ହେବେ । କେବଳ ସେତିକି ନୁହେଁ ମୋଦୀ, ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ ଗେଟ୍ସଙ୍କୁ ମଧ୍ୟ ଭେଟିବେ ।

ଜି-୨୦ ଶିଖର ସମ୍ମୀଳନୀର ପ୍ରଥମ ଦିନରେ 'ବିଶ୍ୱ ଅର୍ଥନୀତି ଏବଂ ବିଶ୍ୱ ସ୍ୱାସ୍ଥ୍ୟ' ଉପରେ ବିଚାର ବିମର୍ଷ ହେବ । ଦ୍ୱିତୀୟ ଦିନରେ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢେଇରେ ବେସରକାରୀ ଅର୍ଥର ଭୂମିକା ଉପରେ ଭାଷଣ ଦେବେ ମୋଦି । ଏହା ସହିତ ଦ୍ୱିତୀୟ ଦିନରେ ବିଶ୍ୱ ନେତୃବୃନ୍ଦ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ, ସ୍ଥାୟୀ ବିକାଶ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଅନୁଯାୟୀ ମୋଦିଙ୍କୁ ଇଟାଲୀ ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ରୋମରେ ଭାରତର ରାଷ୍ଟ୍ରଦୂତ ସ୍ବାଗତ କରିଥିଲେ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ପିଏମ ମୋଦୀଙ୍କ ରୋମ ଏବଂ ଭାଟିକାନ ସିଟି ଗସ୍ତ ତାଙ୍କ ଇଟାଲୀୟ ପ୍ରତିପକ୍ଷ ମାରିଓ ଡ୍ରାଗିଙ୍କ ନିମନ୍ତ୍ରଣ କ୍ରମେ ଚାଲିଛି। ଜି -୨୦ ଶିଖର ସମ୍ମିଳନୀରେ ମୋଦି ଅନ୍ୟ ଦେଶର ନେତାମାନଙ୍କୁ ମଧ୍ୟ ଭେଟିବେ ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ। ଭାଟିକାନରେ ମୋଦୀ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଭେଟିବେ । ଏହା ପରେ ବିଦେଶ ମନ୍ତ୍ରୀ କାର୍ଡିନାଲ୍ ପିଟ୍ରୋ ପାରୋଲିନଙ୍କୁ ଭେଟିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.