Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥୀରେ ପ୍ରଧାନମନ୍ତ୍ରୀ ମୋଦି ସେୟାର କଲେ ଖାସ ସନ୍ଦେଶ

16/08/2020 at 11:40 AM

ନୂଆଦିଲ୍ଲୀ ୧୬/୦୮ : ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ପୂଣ୍ୟତିଥୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ତାଙ୍କୁ ମନେପକାଇ ମୋଦି କହିଛନ୍ତି, ବିକାଶ କ୍ଷେତ୍ରରେ ବାଜପେୟୀଙ୍କୁ ସବୁବେଳେ ମନେପକାଯିବ | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ମୋଦି ରବିବାର ସକାଳୁ ଅଟଳ ବିହାରୀ ମେମୋରିଆଲ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି | ଗୃହମନ୍ତ୍ରୀ ଅମିତ ଶାହ ଓ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ବାଜପେୟୀଙ୍କୁ ମନେପକାଇଛନ୍ତି | 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଏକ ଭିଡିଓ ସନ୍ଦେଶ ସେୟାର କରିଛନ୍ତି | ୧ ମିନିଟ ୪୮ ସେକେଣ୍ଡର ଏହି ଭିଡିଓ ତାଙ୍କ ପ୍ରସିଦ୍ଧ କବିତା, ହାର ନହିଁ ମାନୁଙ୍ଗା ରୁ ଆରମ୍ଭ ହୋଇଛି | ଏହାପରେ ବାଜପେୟୀଙ୍କ ପୁରୁଣା ଭିଡିଓ ଓ ଫଟୋ ସହିତ ମୋଦିଙ୍କ ସ୍ୱର ରହିଛି | ମୋଦି କହିଛନ୍ତି, ‘ଅଟଳଜିଙ୍କ ଜୀବନର ବିଶେଷତ୍ୱ ସମ୍ପର୍କରେ ବହୁତ କିଛି କୁହାଯାଇପାରିବ | ତାଙ୍କ ଭାଷଣକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ | କିନ୍ତୁ ତାଙ୍କ ଭାଷଣରେ ଯେତିକି ଦମ ଥିଲା ତାଠାରୁ ଅଧିକ ଦମ ତାଙ୍କ ମୌନରେ ଥିଲା | ଜନସଭାରେ ମଧ୍ୟ ଯେତେବେଳେ ସେ ୨-୪ ବାକ୍ୟ କହିବା ପରେ ମୌନ ହୋଇଯାଉଥିଲେ, ସେତେବେଳେ ଲକ୍ଷ ଲକ୍ଷ ଭିଡ ଭିତରେ ମଧ୍ୟ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେହି ମୌନରୁ ସନ୍ଦେଶ ମିଳିଯାଉଥିଲା | ଏହି ଦେଶ ଅଟଳଜିଙ୍କ ଯୋଗଦାନକୁ କେବେ ଭୁଲି ପାରିବନାହିଁ |’

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଟ୍ୱିଟରେ କହିଛନ୍ତି, ‘ଭରତ ରତ୍ନା ଶ୍ରୀ ଅଟଳ ବିହାରୀ ବାଜପେୟୀଜୀଙ୍କୁ ଦେଶପ୍ରେମ ଏବଂ ଭାରତୀୟ ସଂସ୍କୃତିର ଏକ ଉତ୍କୃଷ୍ଟ ସ୍ୱର | ସେ ଜଣେ ରାଷ୍ଟ୍ର ଉତ୍ସର୍ଗୀକୃତ ରାଜନେତା ତଥା ଜଣେ ଦକ୍ଷ ସଂଗଠକ ଥିଲେ |’

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ହୋଇଥିଲା | ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |

   Related Posts