Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

India Ideas Summit: ଭାରତରେ ନିବେଶ କରିବାକୁ ବର୍ତ୍ତମାନ ହେଉଛି ସବୁଠୁ ପ୍ରକୃଷ୍ଟ ସମୟ

22/07/2020 at 10:20 PM

ନୂଆଦିଲ୍ଲୀ ୨୨।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଆଇଡିଆଲ ସମ୍ମିଳନୀକୁ ବୁଧବାର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଭାରତ ଆଜି ସମଗ୍ର ଦୁନିଆ ପାଇଁ ସୁଯୋଗର ମାଟି ଭାବେ ଆର୍ବିଭାବ ହୋଇଛି। ନିକଟରେ ଦେଶ ବୈଶ୍ଵିକ ଅର୍ଥନୀତି ଦକ୍ଷତା ଓ କାରବାର ଅନୁକୂଳ ପରିସ୍ଥିତି ଗଢି ତୋଳିବା ପାଇଁ କାମ କରି ଆସୁଛି। ମାତ୍ର ଏହି ସବୁ ମଧ୍ୟରେ ଆମେ ଗୋଟିଏ କଥା ଭୁଲିଯାଉଛେ ବାହ୍ୟ ଝଟକା ବିରୋଧରେ ପୁନର୍ବାର କେମିତି ଛିଡା ହେବା। ଭାରତ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରି ଏକ ସମୃଦ୍ଧ ଦୁନିଆ ଓ ମଜବୁତ ଦେଶ ଅଭିମୁଖେ ପାଦେ ଆଗକୁ ବଢାଉଛି। ଏଥିପାଇଁ ଆମେ ଆପଣଙ୍କର ସହଭାଗିତାର ଅପେକ୍ଷା କରୁଛୁ ବୋଲି ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଭାରତକୁ ନେଇ ସମଗ୍ର ଦୁନିଆ ଆଜି ସକରାତ୍ମକ ମାହୋଲ ଦେଖିବାକୁ ମିଳିଛି। କାରଣ ଭାରତ ସ୍ଵାଧୀନ, ସୁଯୋଗ ଓ ପ୍ରଯୁକ୍ତିବିଦ୍ୟାର ଏକ ଉତ୍ତମ ସମନ୍ଵୟ ଦୁନିଆକୁ ପ୍ରଦାନ କରୁଛି। ଭାରତ ଜନତା ଏବଂ ସରକାରରେ ସ୍ଵାଧୀନତାକୁ ଅଧିକ ପ୍ରୋତ୍ସାହନ ଦେଇଛି। ଭାରତ କୃଷି କ୍ଷେତ୍ରରେ ଐତିହାସିକ ସୁଧାର କରିଛି। ଏହି କ୍ଷେତ୍ରରେ ନିବେଶର ସମ୍ଭାବନା ଅଧିକ ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେବେ ଖୋଲା ବଜାର ମିଳେ ତେବେ ସୁଯୋଗ ମଧ୍ୟ ଅଧିକ ରହିଥାଏ। ଭାରତ ସଂପ୍ରତି ବ୍ୟବସାୟ ରେଟିରେ ଭଲ ପ୍ରଦର୍ଶନ କରୁଛି। ବିଶେଷ କରି ଇଜି ଅଫ ଡୁଇଙ୍ଗ ବିଜନେସ୍‌ ରେଟିଂରେ ଭାରତ ଉନ୍ନତ ପ୍ରଦର୍ଶନ କରୁଛି। ପ୍ରଧାନମନ୍ତ୍ରୀ ଉର୍ଜା କ୍ଷେତ୍ରରେ ନିବେଶ କରିବାକୁ ମଧ୍ୟ ଆହ୍ଵାନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍-୧୯ ମହାମାରୀ ସମୟରେ ଭାରତ ୨୦ ଅରବ ଡଲାରର ପ୍ରତ୍ୟକ୍ଷ ବିଦେଶ ପୁଞ୍ଜି ନିବେଶ ଆକର୍ଷିତ କରିଛି। ଆମେରିକାକୁ ନିଜର ସହଯୋଗୀ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ-ଆମେରିକା ସ୍ଵାଭାବିକ ସହଯୋଗୀ ଏବଂ ଏହି ସଂପର୍କକୁ ନୂତନ ଶିଖରକୁ ନେବାକୁ ହେବ।

ସେ କହିଛନ୍ତି ଆମେରିକା କମ୍ପାନୀଗୁଡିକ ପାଇଁ ବେସାମରିକ ବିମାନ ସମେତ ଅନେକ କ୍ଷେତ୍ରରେ ଭାରତରେ ନିବେଶ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଆମେରିକା ନିବେଶକଙ୍କୁ ସମ୍ଵୋଧିତ କରି ମୋଦୀ କହିଛନ୍ତି ସେମାନେ ଭାରତରେ ସ୍ଵାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମିରେ ନିବେଶ କରି ପାରିବେ। ବିମାନ, ବୀମା, ପ୍ରତିରକ୍ଷାରେ ନିବେଶ କରିବାକୁ ପ୍ରଚୁର ଅବସର ରହିଛି। ଆମେ ପ୍ରତିରକ୍ଷା, ବୀମା କ୍ଷେତ୍ରରେ ପ୍ରତ୍ୟେକ୍ଷ ନିବେଶକୁ ପ୍ରୋତ୍ସାହନ ଦେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

   Related Posts