ଚେତାଇ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଏମିତି ସମୟ ନଆସୁ ଆମକୁ କହିବାକୁ ପଡ଼ିବ ‘ମେରି କସ୍ତି ଭି ଓ୍ବାହାଁ ଡୁବି ଜହାଁ ପାନି କମ୍‌ ଥା’

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଳୀ ୨୪/୧୧: କରୋନା ସଙ୍କଟ ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଙ୍ଗଳବାର ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସମୟରେ ବଢ଼ୁଥିବା କରୋନା ସଂକ୍ରମଣ ଓ ଭ୍ୟାକସିନ୍‌ ବିତରଣ ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଭାରତ ଭଲ ଭ୍ୟାକ୍‌ସିନ୍‌ ତିଆରି ଉପରେ ଜୋର ଦେଉଥିବା ବେଳେ ବୈଜ୍ଞାନିକ ଉପାୟରେ ଏହାର ପରୀକ୍ଷଣ କରାଯାଉଛି। କିନ୍ତୁ କରୋନା ଭ୍ୟାକ୍‌ସିନ୍‌ ଆସିବାକୁ ଥିବା ବେଳେ ସମସ୍ତଙ୍କୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଛନ୍ତି ମୋଦି।

ଏହି ଅବସରରେ ସମସ୍ତ ରାଜ୍ୟକୁ ଚେତାଇ ଦେଇ କହିଛନ୍ତି, ସବୁ ରାଜ୍ୟ ସତକର୍ତା ଅବଲମ୍ବନ ଉପରେ ଜୋର ଦେବା ଦରକାର। ନଚେତ ଏମିତି ସମୟ ଆସିପାରେ ଯେ କହିବାକୁ ପଡ଼ିପାରେ ‘ମୋ ଡଙ୍ଗା ବୁଡ଼ିଲା, ଯେଉଁଠି ପାଣି କମ୍‌ ଥିଲା।’ ଏହା ସହ କରୋନା ବିରୋଧରେ ଲଢ଼େଇରେ ସମସ୍ତେ ଲାଗିଛନ୍ତି। ଯଦି କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ଭଲ ପରାମର୍ଶ ଅଛି ସେମାନେ ଲିଖିତ ଆକାରରେ ଦିଅନ୍ତୁ। ଦେଶରେ ଟେଷ୍ଟିଂ ନେଟ୍‌ଓ୍ବାର୍କ କାର୍ଯ୍ୟ କରୁଛି । ଦେଶର ମେଡିକାଲ୍‌ କଲେଜ୍‌ ଓ ଜିଲ୍ଲା ହସ୍ପିଟାଲକୁ ଅକ୍ସିଜେନ୍‌ ଯୋଗାଣ କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏହା ସହ ମୋଦି ଆହୁରି ମଧ୍ୟ କହିଛନ୍ତି, କରୋନା ଆରମ୍ଭ ହେବା ବେଳେ ଲୋକଙ୍କ ମନରେ ଭୟ ଥିଲା। ସେତେବେଳେ ଲୋକେ ଭୟରେ ଆତ୍ମହତ୍ୟା ବି କରୁଥିଲେ। ପରେ ଲୋକଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା। ଏବେ ଲୋକେ କରୋନାକୁ ନେଇ ଗମ୍ଭୀର ଅଛନ୍ତି। କିନ୍ତୁ କିଛି ଲୋକ ଭାବୁଛନ୍ତି ଏବେ କରୋନା କମଜୋର ହେଉଛି। ତେଣୁ କିଛି ଲୋକ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସତର୍କ କରାଇବା ଜରୁରୀ ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି, ଏବେ ଆମେ ବିପଦର ସମୂଦ୍ର ଗର୍ଭରୁ କୂଳ ଆଡ଼କୁ ଯାଉଛନ୍ତି। ଯେଉଁ ସବୁ ଦେଶରେ କରୋନା ସଂକ୍ରମଣ କମିଥିଲା ସେଠାରେ ବଢ଼ବାରେ ଲାଗିଛି, ତେଣୁ ସତର୍କ ହେବା ନିହାତି ଦରକାର।

wp:core-embed/twitter {"url":"https://twitter.com/BJP4India/status/1331166066937012225","type":"rich","providerNameSlug":"twitter","className":""}
https://twitter.com/BJP4India/status/1331166066937012225
/wp:core-embed/twitter

ଦେଶରେ କରୋନା ପଜିଟିଭ୍‌ ହାର ୫ ପ୍ରତିଶତରେ ରଖିବାକୁ ହେବ। ଲୋକାଲ ଉପରେ ରାଜ୍ୟଗୁଡ଼ିକ ଫୋକସ୍‌ କରିବା ଦରକାର। ବିଶେଷ କରି ଆରଟି ପିସିଆର ଟେଷ୍ଟ ଉପରେ ଜୋର ଦେବାକୁ ପଡ଼ିବ। ଘରେ ଥିବା ରୋଗୀଙ୍କ ଉପରେ ନଜର ଦେବା ସହ ମୃତ୍ୟୁ ହାର କମ୍‌ କରିବା ଦିଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହା ସହ ବିଶ୍ବରେ ଯେଉଁ ଦେଶରେ ବି କରୋନା ଭ୍ୟାକସିନ୍‌କୁ ନେଇ ଭଲ ଖବର ମିଳୁଛି ତାହା ଉପରେ ଭାରତ ନଜର ରଖିଛି। ଭ୍ୟାକ୍‌ସିନ୍‌ର କେତେ ଡୋଜ୍‌ ରହିବ ଦାମ କେତେ ହେବ ସେନେଇ ଧାର୍ଯ୍ୟ ହୋଇନଥିବା ବେଳେ ଭାରତୀୟ ଡେଭେଲପର୍ସ ବିଶ୍ବର ଅନ୍ୟ ଦେଶଗୁଡ଼ିକ ସହ କାର୍ଯ୍ୟ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.