ପ୍ରଧାନମନ୍ତ୍ରୀ ମୋଦୀ କହିଲେ- କିଏ ବିଜେପିର ସାଇଲେଣ୍ଟ ଭୋଟର୍, କଣ ପାଇଁ ପାର୍ଟିକୁ ମିଳୁଛି ସମର୍ଥନ

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ବିଧାନସଭା ନିର୍ବାଚନ ସହିତ ୧୧ଟି ରାଜ୍ୟରେ ହୋଇଥିବା ଉପ ନିର୍ବାଚନରେ ବିପୁଳ ସଫଳତା ପାଇଁ ବୁଧବାର ମତଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଜେପି ମୁଖ୍ୟାଳୟରେ ଏକତ୍ରିତ ହଜାର ସଂଖ୍ୟକ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିହାରରେ ସବକ ସାଥ-ସବକା ବିକାଶ, ସବକା ବିଶ୍ଵାସ ମନ୍ତ୍ରର ବିଜୟ ହୋଇଛି। ଆଜି ଯଦି ଦେଶର ଯୁବ ପିଢିଙ୍କ ସବୁଠୁ ଅଧିକ ଭରସା କାହା ଉପରେ ଥାଏ, ସେ ହେଉଛି ବିଜେପି ପାର୍ଟି। ଦଳିତ-ପୀଡିତ-ଶୋଷିତଙ୍କ ଯଦି କିଏ ସ୍ଵର ପାଲଟିବ ସେ ହେଉଛି ବିଜେପି। ଦେଶର ମଧ୍ୟବିତ୍ତ ବର୍ଗର ସ୍ଵପ୍ନ ପୂରା କରିବା ପାଇଁ ଯଦି କିଏ ଅହରାତ୍ର ପ୍ରୟାସ କରୁଛି ସେ ହେଉଛି ବିଜେପି। ପ୍ରଧାନମନ୍ତ୍ରୀ ଏହି ସମୟରେ ଜଣାଇଛନ୍ତି ଯେ, ବିଜେପିର କିଏ ସାଇଲେଣ୍ଟ ଭୋଟର୍ସ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ କାଲିଠୁ ଟିଭିରେ ଏବଂ ଖବର କାଗଜରେ ସାଇଲେଣ୍ଟ ଭୋଟରଙ୍କ ବିଷୟରେ ଚାଲିଥିବା ଚର୍ଚ୍ଚା ଦେଖୁଛି। ଏବେ ଏହାର ସ୍ଵର ଶୁଣିବାକୁ ମଧ୍ୟ ମିଳୁଛି। ବିଜେପି ପାଖରେ ସାଇଲେଣ୍ଟ ଭୋଟରଙ୍କ ଏମିତି ଏକ ବର୍ଗ ରହିଛି, ଯେଉଁମାନେ ବାରମ୍ବାର ଦଳକୁ ଭୋଟ୍ ଦେଉଛନ୍ତି। ଏହି ସାଇଲେଣ୍ଟ ଭୋଟରଙ୍କ ମଧ୍ୟରେ ମାତା, ଭଉଣୀ, ମହିଳା, ଦେଶର ନାରୀଶକ୍ତି ସାମିଲ। ଗ୍ରାମାଞ୍ଚଳଠୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ମହିଳା ଭୋଟର ହିଁ ବିଜେପିର ସବୁଠୁ ବଡ ସାଇଲେଣ୍ଟ  ଭୋଟର।

wp:html /wp:html

ମହିଳାଙ୍କ ଭୋଟ୍‌ ବିଜେପିକୁ ମିଳିଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଏହା ପଛର କାରଣ କହିଛନ୍ତି ? ବିଜେପି ଶାସନରେ ହିଁ ମହିଳାଙ୍କୁ ସମ୍ମାନ ଏବଂ ସୁରକ୍ଷା ମଧ୍ୟ ମିଳୁଛି। ବ୍ୟାଙ୍କ ଆକାଉଣ୍ଟଠୁ ବ୍ୟାଙ୍କ ଲୋନ୍ ପର୍ଯ୍ୟନ୍ତ, ଗର୍ଭାବସ୍ଥା ସମୟରେ ମାଗଣାରେ ଯାଞ୍ଚଠୁ ନେଇ ଅବକାଶ ପର୍ଯ୍ୟନ୍ତ, ରୋଷେଇରୁ ଧୂଆଁରୁ ମୁକ୍ତିଠୁ ନେଇ ଶୌଚାଳୟ ନିର୍ମାଣ ପର୍ଯ୍ୟନ୍ତ, ଟଙ୍କିକିଆ ସାନିଟରି ପ୍ୟାଡ୍‌ ସୁବିଧା ହେଉ କିମ୍ବା ଘର ବିଜୁଳି ଏହି ସବୁ ଯୋଜନା ଭୋଟରଙ୍କ ମନରେ ବିଜେପି ପ୍ରତି ବିଶ୍ଵାସ ଜନ୍ମାଇବାରେ ସଫଳ ହୋଇଛି। ତେଣୁ ଦଳକୁ ଆଶୀର୍ବାଦକୁ ଦେଉଛନ୍ତି। ଦଳର ବିଜୟର ଏହା ହିଁ ହେଉଛି ପ୍ରମୁଖ କାରଣ। ଏଥିପାଇଁ ସମସ୍ତ ମା ଓ ଭଉଣୀଙ୍କୁ ନମସ୍କାର କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.