ଆସୁଛନ୍ତି ମୋଦି ; ଟ୍ୱିନ ସିଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | May 25, 2018 IST

ଆସନ୍ତାକାଲି କଟକ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୩ଟାରେ ସ୍ବତନ୍ତ୍ର ବିମାନ ଯେ।ଗେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହା ପରେ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ କଟକ ଅଭିମୁଖେ ଯାତ୍ରା କରିବେ । କଟକ ଗଡଗଡିଆ ଘାଟସ୍ଥିତ ତଳ ବାଲିଯାତ୍ରା ପଡିଆରେ ଅବତରଣ କରିବ ମେ।ଦିଙ୍କ ହେଲିକେପ୍ଟର ।ତେବେ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ଆସିବାର ଅଧଘଣ୍ଟା ଆଗରୁ ତଳ ବାଲିଯାତ୍ରା ପଡିଆର ବିଦ୍ୟୁତ୍ ସଂଯେ।ଗ ବିଛିନ୍ନ କରାଯିବ । ପ୍ରଧାନମନ୍ତ୍ରୀଙ୍କ ସିକ୍ୟୁରିଟି ପାଇଁ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ, ଆଣ୍ଟି ବମ ସ୍କ୍ବାର୍ଡ, ଡଗ ସ୍କ୍ବାର୍ଡ କାମ ଆରମ୍ଭ କରିଦେଇଛନ୍ତି । ହେଲିପ୍ୟାଡ ଠାରୁ ୫ଶହ ମିଟର ଦୂରତା ପର୍ଯ୍ୟନ୍ତ ସିକ୍ୟୁରିଟି ଜୋନ ଘୋଷଣା କରାଯାଇଛି । ତେବେ ଯଦି ଶନିବାର ବର୍ଷାର ସମ୍ଭାବନା ଦେଖାଦିଏ ତେବେ ଭୁବନେଶ୍ବରରୁ କଟକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ କାରରେ ଯିବାକୁ ପଡିବ । ସେଥିପାଇଁ କମିସନରେଟ ପୋଲିସ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.