ସେପ୍ଟେମ୍ବର ୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ମିନିଟ ମିନିଟ କାର୍ଯ୍ୟକ୍ରମ

Published By : Prameya-News7 Bureau | September 16, 2018 IST

ଭୁବନେଶ୍ୱର ୧୬/୯ : ଆସନ୍ତା ୨୨ ତାରିଖରେ ଝାରସୁଗୁଡା ବିମାନବନ୍ଦରର ଲୋକାର୍ପଣ, ତାଳଚେର ଠାରେ ସାର କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଏମସିଏଲରେ ରେଳଲାଇନର ଶୁଭାରମ୍ଭ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେଥିପାଇଁ ଏସପିଜି ପକ୍ଷରୁ ଆଜି ମିନିଟ ମିନିଟର କାର୍ଯ୍ୟକ୍ରମ ପ୍ରଦାନ କରାଯାଇଛି | କାର୍ଯ୍ୟକ୍ରମ ଅନୁସାରେ ୨୨ ତାରିଖରେ ସକାଳ ୬ଟା ୫୦ ମିନିଟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନବନ୍ଦରରୁ ବାହାରି ସକାଳ ୮ଟା ୫୫ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ | ସକାଳ ୯ଟା ବେଳେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ୯ଟା ୪୫ ମିନିଟରେ ତାଳଚେରର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ପହଂଚିବେ | ଦିନ ୧୦ ଟା ବେଳେ ତାଳଚେର ଠାରେ ସେ ତାଳଚେର ସାର କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ | ଏହା ପରେ ସକାଳ ୧୦.୩୦ ମିନିଟରେ ସେ ତାଳଚେର ବକ୍ସି ଜଗବନ୍ଧୁ ଷ୍ଟାଡିୟମ ଠାରେ ଏକ ସାଧାରଣ ସଭାକୁ ଉଦବୋଧନ ଦେବେ | ଦିନ ସାଢେ ୧୧ ଟା ବେଳେ ପ୍ରଧାନମନ୍ତ୍ରୀ ଝାରସୁଗୁଡା ବିମାନବନ୍ଦର ଠାରେ ପହଂଚିବେ | ସେଠାରେ ଉଡାନ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମ ଏବଂ ଝାରସୁଗୁଡା ବିମାନବନ୍ଦରର ଲୋକାର୍ପଣ କରିବେ | ଏହାପରେ ପ୍ରଧାନମନ୍ତ୍ରୀ ଦିନ ୧ଟା ୧୫ ମିନିଟରେ ଝାରସୁଗୁଡା ଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଦିନ ୨ଟା ବେଳେ ଛତିଶଗଡ଼ ଅଭିମୁଖେ ବାହାରିଯିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.