Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଓଡିଶା ଆସୁଛନ୍ତି ମୋଦି ; ବାଲିଯାତ୍ରା ପଡିଆରୁ ଦେଶବାସୀଙ୍କ ଦେବେ ଉଦବୋଧନ

26/05/2018 at 7:14 AM

ଏନଡିଏ ସରକାରର ୪ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କ ଆଗରେ ନିଜ ସରକାରର ରିପୋର୍ଟ କାର୍ଡ଼ ରଖିବେ । ଆଜି ଅପରାହ୍ନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବେ । ସେଠାରୁ ବାୟୁସେନା ହେଲିକପ୍ଟର ଯୋଗେ କଟକ ଯିବେ । ତେବେ ଯଦି ପାଗ ଅନୁକୂଳ ନରୁହେ ତେବେ ସଡ଼କ ପଥରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରୁ କଟକ ଯିବେ । ଏଥି ପାଇଁ କାରକେଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଗତ କିଛି ଦିନ ହେବ ରାଜ୍ୟ ବିଜେପି କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଛି । ସେହିପରି କଟକଟରେ ବିଜେପି ମହିଳା ମୋର୍ଚ୍ଚାରେ ନେତ୍ରୀମାନେ ଗତକାଲି ଗୁଆ ଚାଉଳ ଧରି କଟକବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି । ସେପଟେ ଓଡ଼ିଶା ଗସ୍ତ ପୂର୍ବରୁ ମୋଦି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ପ୍ରଗତି’ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି । ସମୀକ୍ଷା ସମୟରେ ଏସବୁ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନ୍ ଫରେନ୍ସିଂ ଯୋଗେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ମୁଖ୍ୟତଃ ୩ଟି ପ୍ରଗତି ପ୍ରକଳ୍ପ ଯଥା: ଅମୃତ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ରେଳବାଇ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ ।

Leave a Reply

   Related Posts