ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆପତ୍ତିଜନକ ଫଟୋ ଭାଇରାଲ : ମାମଲା ରୁଜ୍ଜୁ

Published By : Prameya-News7 Bureau | April 30, 2019 IST

ଗୋରଖପୁର ୩୦/୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଆପତ୍ତିଜନକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏକ ବିଶେଷ ବର୍ଗର ଯୁବକ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଜଣାପଡିଛି | ଘଟଣାକୁ ନେଇ ହିନ୍ଦୁ ଯୁବ ବାହିନୀର କାର୍ଯ୍ୟକର୍ତ୍ତା ଉତ୍ତେଜିତ ଅଛନ୍ତି |


ଜିଲ୍ଲା ମନ୍ତ୍ରୀ ଅରୁଣ ସିଂହ ଘଟଣା ସମ୍ପର୍କରେ ପୋଲିସକୁ ଏତଲା ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି | ଗତକାଲି ସନ୍ଧ୍ୟାରେ ମାମଲା ରୁଜ୍ଜୁ ହୋଇଥିଲା | ଯୁବକ ଲାର ଥାନା ଅଂଚଳର ବୋଲି ଜଣାପଡିଛି | ଥାନା ପ୍ରଭାରୀ ବିଜୟ ସିଂହ ଗୌର କହିଛନ୍ତି ଯେ, ଏତଲା ଅନୁଯାୟୀ ତଦନ୍ତ ଜାରି ରହିଛି | ଖୁବ ଶୀଘ୍ର ମାମଲା ପଂଜିକୃତ କରାଯିବ |


ପୂର୍ବରୁ ନିର୍ବାଚନରେ ଦଳୀୟ କ୍ୟାଡରଙ୍କ ମହତ୍ଵପୁର୍ଣ ଭୂମିକା ରହୁଥିଲା | କିନ୍ତୁ ଏବେ ସମୟ ହିସାବରେ ବହୁତ କିଛି ବଦଳି ଗଲାଣି | ଏହାସହ ପ୍ରଚାର ତରିକା ମଧ୍ୟ ବଦଳି ଗଲାଣି | ସେଥିପାଇଁ ଏବେ ଦଳୀୟ କ୍ୟାଡରଙ୍କ ଆଉ ଆଗ ଭଳି ମହତ୍ୱ ନାହିଁ | ଏଥର ନିର୍ବାଚନରେ ଦଳର ବ୍ୟାନର ପୋଷ୍ଟର ଲଗାଉଥିବା କାର୍ଯ୍ୟକର୍ତ୍ତା ପରିଧି ବାହାରେ ରହିଛନ୍ତି | ଏବେ ସାଧରଣ କର୍ମୀଙ୍କ ଜାଗା ନେଇଛନ୍ତି ପେଡ କର୍ମୀ |


ପୂର୍ବରୁ ନାମାଙ୍କନ ପରେ ପ୍ରାର୍ଥୀ କାର୍ଯ୍ୟକର୍ତ୍ତା ଖୋଜୁଥିଲେ | ପତାକା, ପୋଷ୍ଟର, ବ୍ୟାନର ଆଦି ପାଇଁ କର୍ମୀ ଦିନରାତି ପରିଶ୍ରମ କରୁଥିଲେ | ଯେଉଁ ଦଳ ପାଖରେ ଯେତେ ଅଧିକ କର୍ମୀ ଥିଲେ ସେହି ଦଳ ସେତିକି ମଜବୁତ ବୋଲି ବିଚାର କରାଯାଉଥିଲା | ସେଥିପାଇଁ ଦଳରେ କର୍ମୀଙ୍କର ବିଶେଷ ଅବଦାନ ରହୁଥିଲା | ନିର୍ବାଚନ ଖର୍ଚ୍ଚ ଦାୟିତ୍ୱ କ୍ୟାଡର ପାଖରେ ରହୁଥିଲା | ୨୦୦୯ ନିର୍ବାଚନ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାଙ୍କ ମହତ୍ୱ ଥିଲା |


୨୦୧୪ ନିର୍ବାଚନ ବେଳେ ପ୍ରାର୍ଥୀ କ୍ୟାଡରଙ୍କୁ ଆଗ ଭଳି ମହତ୍ୱ ଦେଲେନାହିଁ | କିନ୍ତୁ ଚଳିତ ନିର୍ବାଚନରେ କ୍ୟାଡରଙ୍କ କୌଣସି ଭୂମିକା ନାହିଁ | ବାହାରିଆ ଲୋକ ପ୍ରାର୍ଥୀଙ୍କ ଉପରେ ଭାରି ପଡୁଛନ୍ତି | ଯେଉଁଥିପାଇଁ କାର୍ଯ୍ୟକର୍ତ୍ତାଙ୍କ କାମ ବିଗିଡି ଯାଇଛି | ବର୍ତ୍ତମାନ ଅଧିକାଂଶ ଅଂଚଳରେ ରାଷ୍ଟ୍ରୀୟ ଦଳର ପ୍ରାର୍ଥୀ ନିର୍ବାଚନ ଦାୟିତ୍ୱ ପ୍ରଚାର ଏଜେନ୍ସିକୁ ଦେଇ ନିଶ୍ଚିନ୍ତ ରହୁଛନ୍ତି |


ଏକ ରାଜନୈତିକ ଦଳର ଯୁବକର୍ମୀ ଆନନ୍ଦ ସିଂହ କହିଛନ୍ତି ଯେ, ଏବେ ପ୍ରଚାର ତରିକା ବଦଳି ଗଲାଣି | ଏବେ ନିର୍ବାଚନରେ ଆଗ ଭଳି ପୋଷ୍ଟର, ବ୍ୟାନର ଆଦି ଲଗାଯାଉନାହିଁ |


ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ଓ ଦେବକୀ ନନ୍ଦନ କହିଛନ୍ତି ଯେ, ଏବେ ଯେଉଁ ପରିସ୍ଥିତି ହେଲାଣି ସବୁ କର୍ମୀ ସବୁ କାମ ପାଇଁ ପାରିଶ୍ରମିକ ଦାବି କରୁଛନ୍ତି | ନିଜର ସ୍ୱାର୍ଥ ପୁରା ନହେଲେ ରାତାରାତି ଦଳ ବଦଳାଇ ଦେଉଛନ୍ତି | ଏପରିକି ପ୍ରାର୍ଥୀଙ୍କ ବିରୋଧରେ ମଧ୍ୟ କହିବାକୁ ପଛାଉନାହାନ୍ତି | ପ୍ରାର୍ଥୀଙ୍କ ସହ ଵିଶ୍ଵାସଘାତ କରୁଛନ୍ତି | ଏହିଭଳି ସ୍ଥିତିରେ ଦଳ କ୍ୟାଡରଙ୍କୁ ମହତ୍ୱ ନଦେଇ ଏଜେନ୍ସିକୁ ମହତ୍ୱ ଦେଉଛି | ଏହି ଏଜେନ୍ସି ପ୍ରାର୍ଥୀଙ୍କ ମନର କଥା ବୁଝନ୍ତି ଏବଂ ବୁଝି ବିଚାରି କାମ କରିଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.