ଭାରତ କିଣିବ 'ଟାର୍ଗେଟ୍ ପ୍ରିଡେଟର୍' ଡ୍ରୋନ୍ : ଆମେରିକାରେ ଜେନେରାଲ୍ସ ଆଟୋମିକ୍ସ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ, ୨୪।୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଗୁରୁବାର ଭାରତୀୟ ବଂଶୋଦ୍ଭବ ତଥା ଜେନେରାଲ ଆଟୋମିକ୍ସର ସିଇଓ ବିବେକ ଲାଲଙ୍କୁ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଭାରତର ପ୍ରତିରକ୍ଷା କୌଶଳ ବାବଦରେ ଆଲୋଚନା କରିଛନ୍ତି ।

ଗତବର୍ଷ  ବିବେକ ଲାଲ ଭାରତର ଅନେକ ଅସ୍ତ୍ରଶସ୍ତ୍ର କ୍ରୟ ସମୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବିବେକ ଲାଲଙ୍କ ତତ୍ତ୍ୱାବଧାନରେ ଭାରତ ଓ ଆମେରିକା ମଧ୍ୟରେ ଅନେକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । 

wp:html /wp:html

ଆଲୋଚନା ବେଳେ ବିବେକ ଭାରତର ନୂଆ ପ୍ରତିରକ୍ଷା ନୀତିକୁ ସମର୍ଥନ କରିଥିଲେ । ଉତ୍ସାହିତ ମଧ୍ୟ କରିଥିଲେ ।  ଏହାସହ ଆଗାମୀ ଦିନରେ ଦେଶରେ ଅସ୍ତ୍ରଶସ୍ତ୍ରର ନିର୍ମାଣ ବୃଦ୍ଧି କରିବାକୁ ସେମାନେ କଥା ହୋଇଥିଲେ । ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ, ଆଗାମୀ ଦିନରେ ଡ୍ରୋନର ଉପଯୋଗ ଓ ବ୍ୟବହାର ବୃଦ୍ଧି ପାଇବ । ଭାରତୀୟ ଡ୍ରୋନ ନୀତି ନେଇ ମୋଦୀ ବିବେକଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ସୂଚନାଯୋଗ୍ୟ, ଜେନେରାଲ ଆଟୋମିକ୍ସ ହେଉଛି ବିଶ୍ୱର ଏକ ବଡ ଘରୋଇ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କମ୍ପାନୀ । ଭାରତ ଜେନେରାଲ୍ସ ଆଟୋମିକ୍ସରୁ ଟାର୍ଗେଟ୍ ପ୍ରିଡେଟର୍ ଡ୍ରୋନ୍ କିଣିବ । ଯାହା ଦେଶର ସେନାକୁ ଆହୁରି ମଜବୁତ କରିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.