ନୂଆ ଲୁକରେ ମୋଦି; ଇନ୍ଷ୍ଟାଗ୍ରାମରେ ଫଟୋ ହେଲା ଭାଇରାଲ, ୬ ଘଣ୍ଟାରେ ୧୦ ଲକ୍ଷ ଲାଇକ
30/12/2018 at 5:38 PM

ନୂଆଦିଲ୍ଲୀ୩୦|୧୨: ନୂଆ ଲୁକରେ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ | ନୂଆ ଲୁକରେ ଫଟୋ ଉଠାଇ ଇନ୍ଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି ମୋଦି | ଫଟୋ ପୋଷ୍ଟ ହେବାର ୬ଘଣ୍ଟା ମଧ୍ୟରେ ମୋଦିଙ୍କ ଫଟୋକୁ ୧୦ ଲକ୍ଷରୁ ଅଧିକ ଲାଇକ ମିଳିଛି | ଫଟୋରେ ମୋଦି ଚପଲ ପିନ୍ଧି, ହାତରେ ଏକ ଫାଇଲ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି | ଏହି ଫଟୋ ମୋଦି ପୋର୍ଟ ବ୍ଲେୟାରର ଉଠେଇଛନ୍ତି |

ପୁଣି ଫଟୋ ସହ କ୍ୟାପସନ ମଧ୍ୟ ଲେଖିଛନ୍ତି | ସେ ଲେଖିଛନ୍ତି ସୁନ୍ଦର ପୋର୍ଟ ବ୍ଲେୟାରରେ ଏକ ସୁନ୍ଦର ସକାଳ | ସୂର୍ଯ୍ୟଦୟ ସମୟରେ ପାରମ୍ପରିକ ପୋଷାକରେ ମୋଦି ବେଶ ସୁନ୍ଦର ଲାଗୁଛନ୍ତି | ଏହାସହ ସ୍ୱତନ୍ତ୍ରତା ସଂଗ୍ରାମୀ ଯେଉଁମନେ ସ୍ୱତନ୍ତ୍ରତା ପାଇଁ ନିଜ ଜୀବନ ବାଜି ଲଗେଇଦେଇଥିଲେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

ଇନ୍ଷ୍ଟାଗ୍ରାମରେ ମୋଦିଙ୍କୁ ୧୬ ମିଲିୟନ ଲୋକ ଫଲୋ କରୁଛନ୍ତି | ସେ ଏବେ ଯାଏଁ ଇନ୍ଷ୍ଟାଗ୍ରାମରେ ୨୪୩ଟି ଫଟୋ ସେୟାର କରି ସାରିଛନ୍ତି | ୬ ଦିନ ପୂର୍ବରୁ ମୋଦି ଏକ ଫଟୋ ସେୟାର କରିଥିଲେ ଏବଂ ଏଥିରେ କ୍ୟାପସନ ଦେଇଥିଲେ ” sunny winter morning” | ନଭେମ୍ବର ୮ ତାରିଖରେ ଆଉ ଏକ ଫଟୋ ପୋଷ୍ଟ କରିଥିଲେ | ଏହି ଫଟୋ ମୋଦି ଉତ୍ତରାଖଣ୍ଡ ଭାଗିରଥି ନଦୀ କୁଳରେ ଉଠାଇଥିଲେ |ଏହି ଫଟୋରେ ସେ କ୍ୟାପସନ ଦେଇଥିଲେ”on the banks of pristine Bhagirathi #river, in Harsil#Uttarakhand #IncredibleIndia” ମୋଦି ଯୁଆଡେ ବି ଯାଆନ୍ତି, ଯେଉଁ କାର୍ଯ୍ୟକ୍ରମରେ କିମ୍ବା ସମାରୋହରେ ଯୋଗଦିଅନ୍ତି ସେସବୁ ଜାଗାର ଫଟୋ ଇନ୍ଷ୍ଟାଗ୍ରାମରେ ସେୟାର କରିଥାନ୍ତି |
