କ୍ୟାବିନେଟ୍ ବୈଠକରେ ଦେଖିବାକୁ ମିଳିଲା ସାମାଜିକ ଦୂରତାର ଝଲକ, ପରସ୍ପରଠୁ ଦୂରେଇ ବସିଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ମନ୍ତ୍ରୀ, ସମାଜକୁ ଦେଲେ ବାର୍ତ୍ତା
25/03/2020 at 7:37 PM

ନୂଆଦିଲ୍ଲୀ ୨୫।୦୩: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାରାତ୍ମକ କରୋନା ଭାଇରସର ପ୍ରତିରୋଧ ପରିପ୍ରେକ୍ଷୀରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏହା ଆଜିଠୁ ସମଗ୍ର ଦେଶରେ ଆରମ୍ଭ ହୋଇ ଯାଇଛି। ଏହା ସହିତ କରୋନାରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହିଁ ସର୍ବୋତ୍ତମ ଉପରେ ପ୍ରଧାନମନ୍ତ୍ରୀ ଜୋର୍ ଦେଇଛନ୍ତି। ଏହି କ୍ରମରେ ସାମାଜିକ ଦୂରତା ଝଲକ ବୁଧବାର କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ଦେଖିବାକୁ ମିଳିଛି।
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ମନ୍ତ୍ରୀ କରୋନା ମୁକାବିଲା ପାଇଁ ସାମାଜିକ ଦୂରତା ଆଧାରରେ ପରସ୍ପରଠୁ ନିର୍ଦ୍ଧାରିତ ଦୂରତାରେ ବସି ବୈଠକ କରିଛନ୍ତି। ଏହାର ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଏହା ସମାଜକୁ ବାର୍ତ୍ତା ଦେବାକୁ ଏକ ପ୍ରୟାସ।
ନୂଆଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗରେ ବୁଧବାର ଅନୁଷ୍ଠିତ ଏହି କ୍ୟାବିନେଟ୍ ବୈଠକରେ ପ୍ରତ୍ୟେକ ମନ୍ତ୍ରୀ ପରସ୍ପର ମଧ୍ୟରେ ଦୂତା ବଜାୟ ରଖିଥିବା ଫଟୋରେ ଦେଖିବାକୁ ମିଳିଛି। ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବଡ ପଦକ୍ଷେପ ସ୍ଵରୂପ କରୋନାର ଚେନ୍କୁ ଭାଙ୍ଗିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲୋକଡାଉନ୍ ଘୋଷଣା କରିଛନ୍ତି।
ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଦୂରତା ପ୍ରତି ଗୁରୁତ୍ଵାରୋପ କରି କହିଛନ୍ତି ଯେ, କରୋନାର ପ୍ରତିହତ ପାଇଁ ଏହା ହେଉଛି ଏକ ମାତ୍ର ଉପଯୁକ୍ତି ବିକଳ୍ପ, ଯାହା ସଂପ୍ରତି ଦ୍ରୁତ ଗତିରେ ସମଗ୍ର ବିଶ୍ଵରେ ବ୍ୟାପିବାରେ ଲାଗିଛି। ଯାହାର ଚିତ୍ର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଧ୍ୟ ଦେଖିବାକୁ ମିଳିଛି।
ସାମାଜିକ ଦୂରତା ପ୍ରତ୍ୟେକ ନାଗରିକଙ୍କ ପାଇଁ, ଘରର ସମସ୍ତ ସଦସ୍ୟଙ୍କ ପାଇଁ ଏବଂ ଏପରିକି ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ଅତି ଜରୁରୀ। ଆପଣଙ୍କୁ ଅନୁରୋଧ କରୁଛି ଯେ ଆଜିଠୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ଦେଶ ଲକଡାଉନରେ ରହିବ। ଏଥିପାଇଁ ଆପଣଙ୍କର ସହଯୋଗ ଏକାନ୍ତ ଜରୁରୀ। ଏହି ୨୧ ଦିନ ଯଦି ଦେଶକୁ ନଦେବେ ତେବେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ। ଏହି ଲକଡାଉନ ହିନ୍ଦୁସ୍ଥାନକୁ ବଞ୍ଚାଇବା ପାଇଁ, ଆପଣଙ୍କ ଜୀବନ ରକ୍ଷା ପାଇଁ, ସମାଜ ପାଇଁ ଏବଂ ପୂରା ଦେଶକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।