Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପାରାଅଲିମ୍ପିକ୍ସ ଚାମ୍ପିୟନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି: ସକାଳ ଜଳଖିଆରେ ଆମନ୍ତ୍ରିତ କରି ସମସ୍ତଙ୍କୁ କଲେ ସମ୍ମାନିତ

9/09/2021 at 6:14 PM

ନୂଆଦିଲ୍ଲୀ ୦୯/୦୯ : ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପାରାଅଲିମ୍ପିକ ଦଳକୁ ନିଜ ବାସଭବନରେ ସକାଳ ଜଳଖିଆରେ ଆମନ୍ତ୍ରିତ କରି ସମ୍ମାନିତ କରିଛନ୍ତି। ଖେଳାଳିମାନେ ମୋଦିଙ୍କୁ ନିଜ ନିଜର ଦସ୍ତଖତ ଥିବା ଏକ ଷ୍ଟୋଲ ଉପହାର ଦେଇଛନ୍ତି।

ଭାରତୀୟ ପାରା ଆଥଲେଟ ୫ଟି ସ୍ବର୍ଣ୍ଣ, ୮ଟି ରୋପ୍ୟ ଓ ୬ଟି ବ୍ରୋଞ୍ଜ ସମେତ ୧୯ ପଦକ ଜିତିଛନ୍ତି। ଏବେ ସୁଦ୍ଧା ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଭାରତ ପଦକ ତାଲିକାରେ ୨୪ତମ ସ୍ଥାନରେ ଅଛି।

ପାରାଆଥଲେଟିକ୍ସ ପଦକ ଜିତିବା ପରେ ସର୍ବ ପ୍ରଥମେ ମୋଦି ଫୋନରେ ଶୁଭେଚ୍ଛା ଜଣାଇଥିଲେ। ସେ ବ୍ୟାଡମିଣ୍ଟନରେ ପଦକ ବିଜେତା ସୁହାସ ୟଥିରାଜ, ସ୍ବର୍ଣ୍ଣ ପଦକ ବିଜେତା କୃଷ୍ଣା ନାଗର ଓ ପଲକ କୋହଲିଙ୍କ ସହ କଥା ହୋଇଥିଲେ।

ପାରାଅଲିମ୍ପିକରେ ପ୍ରଥମଥର ପାଇଁ ସାମିଲ କରାଯାଇଥିବା ବ୍ୟାଡମିଣ୍ଟନରେ ଭାରତ ୪ଟି ପଦକ ଜିତିଛି ଯେଉଁଥିରେ ୨ଟି ସ୍ବର୍ଣ୍ଣ ପଦକ ମଧ୍ୟ ସାମିଲ ଅଛି।

ସୁଟର ଅବନୀ ଲେଖରା ଓ ସିଂହରାଜ ଅଡାନା  ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଉଭୟେ ୨ଟି ଲେଖାଏଁ ପଦକ ଜିତିଛନ୍ତି। ଏକ ଦୁର୍ଘଟଣାର ଶିକାର ହେବାପରେ ଅଣ୍ଟା ତଳକୁ ପାରାଲିସିସ ହେବା ସତ୍ତ୍ୱେ ଅବନୀ ଲେଖରା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଜିତି ଇତିହାସ ରଚିଛନ୍ତି। ସେହିଭଳି ପିଲାଦିନୁ ପୋଲିଓରେ ପୀଡିତ ୩୯ ବର୍ଷୀୟ ଅଡାନା ଗୋଟିଏ ରୋପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି।

   Related Posts