ବିଜୟୀ ହେବା ପରେ ଆଡଭାନୀ ଏବଂ ଯୋଶିଙ୍କୁ ସାକ୍ଷାତ କଲେ ମୋଦି : ପ୍ରଣାମ କରି ନେଲେ ଆଶୀର୍ବାଦ

Published By : Prameya-News7 Bureau | May 24, 2019 IST

ନୂଆଦିଲ୍ଲୀ ୨୪/୫ : ୨୦୧୯ ଲୋକସଭା ନିର୍ବାଚନରେ ବିଜୟ ହାସଲ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଡଭାନୀଙ୍କ ପାଦ ସ୍ପର୍ଶ କରି ତାଙ୍କ ଆଶୀର୍ବାଦ ନେଇଛନ୍ତି । ଏହାପରେ ଉଭୟ ଦଳର ଆଉ ବରିଷ୍ଠ ନେତା ମୁରଲୀ ମନୋହର ଯୋଶିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।

{"id":115408}

ଲାଲକୃଷ୍ଣ ଆଡଭାନୀଙ୍କୁ ସାକ୍ଷାତ କରିବା ପରେ ମୋଦି ଟ୍ୱିଟ୍ କରିଥିଲେ । ସେ ଲେଖିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଆଜି ଯେଉଁ ସଫଳତା ହାସଲ କରିଛି ତାହା ଆଡ଼ଭାନୀ ଏବଂ ଯୋଶୀଙ୍କ ଭଳି ବଡ ବଡ ନେତାଙ୍କ ପାଇଁ ହାସଲ କରିଛି । ଏହି ବରିଷ୍ଠ ନେତାମାନେ ଅନେକ ତପସ୍ୟା କରି ଦଳକୁ ଛିଡା କରିଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1131795566495772672","type":"rich","providerNameSlug":"twitter","className":""}
https://twitter.com/narendramodi/status/1131795566495772672
/wp:core-embed/twitter

ମୁରଲୀ ମନୋହର ଯୋଶିଙ୍କ ସମ୍ପର୍କରେ ମୋଦି କହିଛନ୍ତି ଯେ, ମୁରଲୀ ମନୋହର ଯୋଶି ଜଣେ ବିଦ୍ୱାନ ଓ ବୁଦ୍ଧିଜୀବୀ । ଭାରତୀୟ ଶିକ୍ଷାରେ ସୁଧାର ଆଣିବା ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ । ସେ ବିଜେପିକୁ ମଜବୁତ କରିଛନ୍ତି । ତାଙ୍କ ଭଳି କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ବଢାଇଛନ୍ତି । ମୁରଲୀ ମନୋହର ଯୋଶି ଖୁସି ବ୍ୟକ୍ତ କରି କହିଥିଲେ ଯେ, ଉଭୟ ବହୁତ ଭଲ କାମ କରିଛନ୍ତି ।

wp:core-embed/twitter {"url":"https://twitter.com/narendramodi/status/1131791055295307776","type":"rich","providerNameSlug":"twitter","className":""}
https://twitter.com/narendramodi/status/1131791055295307776
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.