ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇନଥିବା ଛାତ୍ର-ଛାତ୍ରୀଙ୍କୁ ଏହି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
15/07/2020 at 9:15 PM

ନୂଆଦିଲ୍ଲୀ ୧୫।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ସେହି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁମାନେ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ସହିତ ସେହି ଛାତ୍ରଙ୍କୁ ମଧ୍ୟ ବାର୍ତ୍ତା ଦେଇଛନ୍ତି ଯେଉଁମାନେ ପରୀକ୍ଷା ଫଳାଫଳରେ ନିରାଶ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟ୍ କରିଛନ୍ତି, ସେହି ଯୁବ ମିତ୍ରଙ୍କୁ ମୋର ଅଭିନନ୍ଦନ, ଯେଉଁମାନେ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କୁ ମୋର ଭବିଷ୍ୟତ ପାଇଁ ଶୁଭକାମନା।
Congratulations to all my young friends who have successfully passed their Class X and XII CBSE examinations. Wishing them the very best for their future endeavours.
— Narendra Modi (@narendramodi) July 15, 2020
ପ୍ରଧାନମନ୍ତ୍ରୀ ମୋଦୀ ପରବର୍ତ୍ତୀ ଟ୍ଵିଟ୍ରେ କହିଛନ୍ତି, ଯେଉଁ ଛାତ୍ର ସିବିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଆଶାନୁରୂପ ସଫଳତା ପାଇ ନାହାନ୍ତି ଏବଂ ସେଥିରେ ଖୁସି ନାହାନ୍ତି , ସେମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି କେବଳ ଗୋଟିଏ ପରୀକ୍ଷା ଆପଣଙ୍କର କ୍ୟାରିୟରକୁ ସଜ୍ଞା ଦେଇ ପାରିବେ ନାହିଁ। ଆପଣଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରତିଭାବାନ ଅଟନ୍ତି। ଗୋଟିଏ ପରୀକ୍ଷାରେ ନିରାଶ ହେବା ଉଚିତ୍ ନୁହେଁ। ଜୀବନରେ ଅନେକ ପରୀକ୍ଷା ଆସିବ।
For those who aren’t happy with their CBSE Class X and XII results, I want to tell them- one exam doesn’t define who you are. Each of you is blessed with numerous talents. Live life to the fullest. Never lose hope, always look ahead. You will do wonders!
— Narendra Modi (@narendramodi) July 15, 2020
ଉଲ୍ଲେଖନୀୟ ସିବିଏସଇ ଦଶମ ପରୀକ୍ଷାର ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏଥର ୯୧.୪୬ ପ୍ରତିଶତ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ହୋଇଥିଲା।