Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଆସନ୍ତାକାଲି ନାମାଙ୍କନ ଦାଖଲ କରିବା ପୂର୍ବରୁ ଆଜି ବାରଣାସୀରେ ମୋଦିଙ୍କ ମେଗା ରାଲି: ଏପଟେ କଂଗ୍ରେସ ବଦଳାଇଲା ପ୍ରାର୍ଥୀ, ପ୍ରିୟଙ୍କାଙ୍କ ବଦଳରେ ମୋଦିଙ୍କୁ ଟକ୍କର ଦେବେ ଅଜୟ ରାୟ

25/04/2019 at 6:57 PM

ବାରଣାସୀ ୨୫|୪: ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ୍‌ ସୋ ।ଆସନ୍ତାକାଲି ନାମାଙ୍କନ ଦାଖଲ ପୂର୍ବରୁ ରୋଡ୍‌ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ମୋଦି । ଅପରାହ୍ନରେ ମୋଦି ବାରାଣସୀ ହିନ୍ଦୁ ବିଶ୍ବବିଦ୍ୟାଳୟର ମହାପୁରୁଷ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନିର୍ମିତ ଫ୍ଲୋଟିଂ ପ୍ଲାଟଫର୍ମରେ ମା ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ । ସେପଟେ ବାରାଣସୀରେ ମୋଦିଙ୍କ ବିରୋଧରେ ପ୍ରିୟଙ୍କା ଲଢିବେ ନାହିଁ । ଦଳ ଏଠାରେ ଅଜୟ ରାୟଙ୍କୁ ଟିକେଟ୍‌ ଦେଇଛି । ସେପଟେ ଝାନସୀରେ ବିରାଟ ରୋଡ୍‌ ସୋ କରି ପ୍ରିୟଙ୍କା ବି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ନାମାଙ୍କନ ପୂର୍ବରୁ ବାରଣାସୀରେ ମୋଦିଙ୍କ ଶକ୍ତି ପ୍ରଦର୍ଶନ । ୬କିଲୋମିଟର ବିରାଟ ରୋଡ୍‌ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦ୍ବିତୀୟ ଥର ପାଇଁ ଏହି ଆସନରୁ ମୋଦି ଲଢିବାକୁ ଯାଉଛନ୍ତି । ଅପରାହ୍ନରେ ମୋଦି ବାରାଣସୀରେ ପହଞ୍ଚିବା ପରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଲଙ୍କାସ୍ଥିତ ମହାପୁରୁଷ ମଦନ ମୋହନ ମାଲବ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ତାଙ୍କର ରୋଡ ସୋ। ସେଠାରୁ ମୋଦି ଗଙ୍ଗା ଘାଟ ଯାଇଥିଲେ। ଦଶାଶ୍ବମେଧ ଘାଟରେ ହଜାର ହଜାର ଦୀପ ପ୍ରଜ୍ବଳନ ସହ ଗଙ୍ଗା ଆରତୀରେ ମଧ୍ୟ ସାମିଲ ହୋଇଥିଲେ । ଆସନ୍ତାକାଲି ବାରଣାସୀ ଲୋକସଭା ଆସନ ପାଇଁ ସେ ନାମାଙ୍କନ ଦାଖଲ କରିବେ। ମୋଦି ଗତଥର ଗୁଜରାଟର ବଦୋଦରାରୁ ଲଢିଥିଲେ ମୋଦି ।  ଉଭୟ ସ୍ଥାନରୁ ଜିତିବା ପରେ ସେ ବାରାଣସୀ ଆସନ ରଖିଥିଲେ। ମୋଦିଙ୍କ ଏହି ସଭାରେ ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏନଡିଏର ଆଗଧାଡ଼ିର ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।

ସେପଟେ ବାରଣାସୀରେ ପ୍ରିୟଙ୍କା ଗାନ୍ଧି ଲଢିବା ନେଇ ଲାଗିଥିବା ସସ୍‌ପେନସ୍‌ରରୁ ପରଦା ହଟିଛି । ଏଠାରୁ ପ୍ରିୟଙ୍କା ଲଢିବେ ନାହିଁ । ମୋଦିଙ୍କ ବିରୋଧରେ କଂଗ୍ରେସ ଏଠାରୁ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଛି । ଗୋଟିଏ ପଟେ ମୋଦିଙ୍କ ରାଲି ଚାଲିଥିବା ବେଳେ ଝାନସୀରେ ରୋଡ୍‌ ସୋ କରିଥିଲେ ପ୍ରିୟଙ୍କା ଗାନ୍ଧି । ସେ ମଧ୍ୟ ଖୋଲା ଗାଡ଼ିରେ ହଜାର ହଜାର ଲୋକଙ୍କ ଗହଣରେ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିଥିଲେ।  ସାଧାରଣ ସଭାରେ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ପ୍ରିୟଙ୍କା ।

ବାରଣାସୀରେ ମୋଦି ଓ ଝାନ୍‌ସୀରେ ପ୍ରିୟଙ୍କାଙ୍କ ରୋଡ୍‌ ସୋକୁ ନେଇ ଦେଶର ରାଜନୀତି ବେଶ ସରଗରମ  ହୋଇଛି।

   Related Posts