Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

5/09/2019 at 10:12 AM

ନୂଆଦିଲ୍ଲୀ ୫।୯: ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି । ଜାପାନର ଓସାକା ଠାରେ ଜି-୨୦ ଶିଖର ସମ୍ମିଳନୀ ଏବଂ ଫ୍ରାନ୍ସ ବାୟାରିଜ୍ ଠାରେ ଜି-୭ ଶିଖର ସମ୍ମିଳନୀରେ ବିଶ୍ବ ନେତୃବୃନ୍ଦ ଏକତ୍ର ହେବା ପରେ ଏହି ବୈଠକ ଆରମ୍ଭ ହୋଇଛି ।

ଜାପାନୀ ପ୍ରତିପକ୍ଷଙ୍କ ସହ ତାଙ୍କର ବୈଠକ ପରେ ମୋଦି ମଙ୍ଗୋଲିଆର ରାଷ୍ଟ୍ରପତି ଖଲତ୍ ମାଜିନ୍  ବାତିଲଗାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହା ଆଗରୁ ମାଲେସିଆର ପ୍ରଧାନମନ୍ତ୍ରୀ ମହଥିର୍  ବିନ୍ ମହମ୍ମଦଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨ ଦିନିଆ ଋଷ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭ୍ଲାଦିବୋସ୍ତକରେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାବେଳେ ଦୁଇ ଦେଶର ବନ୍ଧୁତା କେତେ ନିବିଡ ତାହା ଦେଖିବାକୁ ମିଳିଛି ।

ବୁଧବାର ସକାଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କୁ ଆଲିଙ୍ଗନ କରି ଭ୍ଲାଦିବୋସ୍ତୋରେ ଭବ୍ୟ ସ୍ୱାଗତ ଜଣାଇଛନ୍ତି ପୁଟିନ୍ । ଏହାପରେ ଜାହାଜରେ ବସି ଦୁଇନେତା ସିପ୍ ବିଲ୍ଡିଂ କମ୍ପେ୍ଲକ୍ସ ଅଭିମୁଖେ ଯାତ୍ରା କରିଥିଲେ । ଜାହାଜରେ ଯାତ୍ରା ସମୟରେ ଦୁଇନେତା ବିଶେଷ କରି ଜାହାଜ ନିର୍ମାଣ କ୍ଷେତ୍ରରେ ପରସ୍ପର ସହଭାଗିତାରେ କାମ କରିବାକୁ ଆଲୋଚନା କରିଥିଲେ ।

ଭେଦା ସିପ୍ ବିଲ୍ଡିଂ କଂମ୍ପେ୍ଲକ୍ସରେ ପହଂଚିବା ପରେ ବିଭିନ୍ନ ପ୍ରକଳ୍ପ ବାବଦରେ ମୋଦିଙ୍କୁ ବୁଝାଇଥିଲେ ପୁଟିନ୍ । ପ୍ରଧାନମନ୍ତ୍ରୀଙ୍କ ୩୬ ଘଣ୍ଟାର ଋଷ ଗସ୍ତ ଅବସରରେ ଭାରତ-ଋଷ ଭିତରେ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପସ୍ଥିତିରେ ଏକାଧିକ ବୁଝାମଣା ସ୍ବାକ୍ଷରିତ ହୋଇଛି । କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ଦଖଲ ନଦେବା ଲାଗି ଭାରତର ଆଭିମୁଖ୍ୟକୁ ଋଷ ରାଷ୍ଟ୍ରପତି ପୁଟିନ ସମର୍ଥନ କରିଥିବା ମୋଦି କହିଛନ୍ତି। ପୂର୍ବ ଅର୍ଥନୈତିକ ଫୋରମ୍ ଶିଖର ବୈଠକର ପ୍ଲିନାରି ସେଶନରେ  ଯୋଗ ଦେବାପରେ ଆଜି ନୂଆଦିଲ୍ଲୀ ଫେରିଆସିବେ ପ୍ରଧାନମନ୍ତ୍ରୀ ।

   Related Posts