Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଲକ୍‌ଡାଉନ୍‌ ଓ କରୋନା ସଙ୍କଟ ନେଇ ୩୦ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ ଜାରି

11/05/2020 at 3:50 PM

ନୂଆଦିଲ୍ଲୀ ୧୧।୦୫: କରୋନା ଭାଇରସ୍‌ ମୁକାବିଲା ଲାଗି ଆଗାମୀ ରଣନୀତି ଓ ଲକ୍‌ଡାଉନ୍‌ ବଢାଯିବ ନା ନାହିଁ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ ଆରମ୍ଭ ହୋଇ ଯାଇଛି। ବୈଠକରେ ୩୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଛନ୍ତି। ଆଗାମୀ ୧୭ରେ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଶେଷ ହେଉଛି। ଲକ୍‌ଡାଉନ୍‌ ବୃଦ୍ଧି କରାଯିବ କି ନୁହେଁ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ଥନ ଜାରି ରହିଛି।

ଭିଡିଓ କନଫରେନ୍ସିଂ ଜରିଆରେ ହେଉଥିବା ଏହି ବୈଠକ ଅପରାହ୍ନ ୩ଟାରୁ ଆରମ୍ଭ  ହୋଇଛି। ସରକାରୀ ସୂତ୍ର ଅନୁଯାୟୀ, ବୈଠକରେ ଆର୍ଥିକ ଗତିବିଧି ବଢାଇବା ଏବଂ କୋଭିଡ୍-୧୯ର ରେଡ୍‌ ଜୋନକୁ ଅରେଞ୍ଜ ଜୋନ୍ କିମ୍ବା ଗ୍ରୀନ ଜୋନ୍‌ରେ ପରିବର୍ତ୍ତି କରିବା ଉପରେ ଜୋର୍ ଦିଆଯିବ।

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ଉପରେ ବିଚାର କରୁଛନ୍ତି। ଲକ୍‌ଡାଉନ୍‌ ବୃଦ୍ଧି ସପକ୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଅ ଅଛନ୍ତି। କିନ୍ତୁ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ରାଜ୍ୟ ତାହା ସମର୍ଥନ କରିବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ସହିତ ଗତ ବୈଠକ ଏପ୍ରିଲ ୨୭ରେ ହୋଇଥିଲା। ଏହା ପରଠୁ ଆଜି ଯାଏ କରୋନା ସଂକ୍ରମିତ ସଂଖ୍ୟା ଦୁଇ ଗୁଣ ବୃଦ୍ଧି ଘଟିଛି। ଏହା ପ୍ରାୟ ୨୮୦୦୦ ରୁ ବଢି ୬୩ ହଜାର ହୋଇଛି। ବୈଠକର କିଛି ଦିନ ପରେ କେନ୍ଦ୍ର ସରକାର ଲକ୍‌ଡାଉନ୍‌କୁ ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।

କିଛି ଆର୍ଥିକ ଗତିବିଧିରେ ରିହାତି ସହିତ ଲକ୍‌ଡାଉନ୍ ୩.୦ ଦେଶବ୍ୟାପୀ ଲାଗୁ କରାଯାଇଥିଲା। ଏହି ପରି ପର୍ଯ୍ୟାକ୍ରମେ ଲକ୍‌ଡାଉନ୍‌ ହଟାଇବା ଲାଗି ବୈଠକରେ ଆଲୋଚନା ହୋଇପାରେ।

   Related Posts