Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଶପଥ ପୂର୍ବରୁ ନିଜ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ନରେନ୍ଦ୍ର ମୋଦିଙ୍କ ବୈଠକ

30/05/2019 at 5:05 PM

ନୂଆଦିଲ୍ଲୀ ୩୦/୫ : ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ମୋଦି ଆଜି ୭ ଜଣ ସାଂସଦଙ୍କ ସହ କଲ୍ୟାଣ ମାର୍ଗରେ ସାକ୍ଷାତ କରିଛନ୍ତି । ଏହି ୭ ଜଣ ସାଂସଦ ଆଜି ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବେ । ଶିବସେନା ନେତା ସଞ୍ଜୟ ରାୱତ କହିଛନ୍ତି ଯେ, ଶିବସେନାର ଜଣେ ନେତା ଆଜି ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବେ । ଉଦ୍ଧବ ଠାକରେ ଅରବିନ୍ଦ ସାୱନ୍ତଙ୍କ ନାଁ ଦେଇଛନ୍ତି । ସେ ମନ୍ତ୍ରୀପଦ ପାଇଁ ଶପଥ ନେବେ । ପ୍ରତ୍ୟେକ ସହଯୋଗୀ ଦଳର ଜଣେ ମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବରେଲୀରୁ ବିଜେପି ସାଂସଦ ସନ୍ତୋଷ ଗଙ୍ଗୱାର ଲୋକସଭାର କାମଚଳା ବାଚସ୍ପତି ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ସେ ନୂଆ ସାଂସଦମାନଙ୍କୁ ଶପଥ ପାଠ କରାଇବେ । ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳର ମନ୍ଥନ ଏବେ ମଧ୍ୟ ଜାରି ରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚିଥିଲେ । ଗତ ୨ ଦିନ ହେଲା ଉଭୟଙ୍କ ମଧ୍ୟରେ ଲଗାତାର ମନ୍ଥନ ଲାଗି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ନାଁ ସାମ୍ନାକୁ ଆସିନାହିଁ ।

   Related Posts