Monday, June 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ରାତି ସୁଦ୍ଧା ଇସ୍ତଫା ଦେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୪/୫ : ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ କ୍ୟାବିନେଟ ବୈଠକ ବସିଥିଲା । କ୍ୟାବିନେଟ ବୈଠକରେ ୧୬ତମ କ୍ୟାବିନେଟ ଭଙ୍ଗ ପାଇଁ ପ୍ରସ୍ତାବ ପାରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି ସୁଦ୍ଧା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନୂଆ ସରକାର ଗଠନ ପାଇଁ ପ୍ରସ୍ତାବ ଦେବେ । ବିଜେପି ନେତୃତ୍ୱରେ ଏନଡିଏ ୫୪୨ ଆସନ ମଧ୍ୟରୁ ୩୫୧ ଆସନ ଅକ୍ତିଆର କରିଛି ।

୧୬ ତମ ଲୋକସଭା କାର୍ଯ୍ୟକାଳ ଜୁନ ୩ ତାରିଖରେ ଶେଷ ହେଉଛି । କିନ୍ତୁ ଏହା ପୂର୍ବରୁ ନୂଆ ସରକାର ଗଠନ ହେବ ଜରୁରୀ । କ୍ୟାବିନେଟ ମଞ୍ଜୁରୀ ପରେ ରାଷ୍ଟ୍ରପତି ଉପସ୍ଥିତ ଚଳିତ ଲୋକସଭା ଭଙ୍ଗ କରିବେ । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ନିର୍ବାଚନ ଆୟୋଗ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ନବନିର୍ବାଚିତ ସାଂସଦଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ ।

ସୂଚନାଯୋଗ୍ୟ ଯେ, ମେ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ଏହା ପୂର୍ବରୁ ମୋଦି ବାରଣାସୀ ଏବଂ ଗୁଜରାଟ ଗସ୍ତରେ ଯିବେ । ମେ ୨୮ ତାରିଖରେ ମୋଦି ବାରଣାସୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

127 Views

   ସମ୍ବନ୍ଧିତ ଖବର