Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆପଣଙ୍କ ଖାତାକୁ ଟଙ୍କା ପଠାଇ ପାରନ୍ତି ସରକାର, ଗୋଟିଏ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵିତୀୟ ଉଦ୍‌ବୋଧନକୁ ନେଇ ଏବେ ଉତ୍କଣ୍ଠା

24/03/2020 at 4:39 PM

ନୂଆଦିଲ୍ଲୀ ୨୪।୦୩ :  ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ କରୋନା ପ୍ରସଙ୍ଗ ଉପରେ ଦେଶକୁ ସମ୍ବୋଧିତ କରିବେ। କୁହାଯାଉଛି ଯେ, ଏହି ସମ୍ବୋଧନରେ କରୋନା ଭୂତାଣୁର ମୁକାବିଲା ପାଇଁ ସ୍ଵାସ୍ଥ୍ୟ ସହିତ ଆର୍ଥିକ ମୋର୍ଚ୍ଚାରେ ସରକାରଙ୍କ ରଣନୀତି ଘୋଷଣା କରି ପାରନ୍ତି। ସୂଚନା ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପ୍ୟାକେଜର ଡ୍ରାଫ୍ଟକୁ ଅନ୍ତିମ ରୂପ ଦେଇ ସାରିଛନ୍ତି। ଆର୍ଥିକ ପ୍ୟାକେଜର ୪ ମହତ୍ଵପୂର୍ଣ୍ଣ ଭାଗ ରହିପାରେ। ସରକାର ଆଗାମୀ ୨୪ ରୁ ୪୮ ଘଣ୍ଟା ଭିତରେ ଏହାର ଘୋଷଣା କରି ପାରନ୍ତି।

ଡାଇରେକ୍ଟ କ୍ୟାସ୍ ଟ୍ରାନ୍ସଫର ଉପରେ ଜୋର

ସୂତ୍ର ମୁତାବକ, ଦିନ ମଜୁରିଆ ଓ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ ଖାସ୍ ଫଣ୍ଡ ଘୋଷଣା ହୋଇପାରେ। ଏହି ଶ୍ରମିକଙ୍କ ପାଖକୁ ସିଧାସଳଖ ନଗଦ ଅର୍ଥ ପଠା ଯାଇପାରେ। କୋଠା ଓ ଅନ୍ୟ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ଆକ୍ଟ ଆଧାରରେ ଆଦାୟ ହେଉଥିବା ସେସ୍‌ର ଉପଯୋଗ କରାଯାଇପାରେ। ଏହି ସେସ୍‌ ଆଧାରରେ ପ୍ରାୟ ୩୦ ହଜାର କୋଟି ଟଙ୍କାର ଫଣ୍ଡ ସରକାରଙ୍କ ପାଖରେ ରହିଛି।

ସେକ୍ଟୋରୋଲ ଆଶ୍ଵସ୍ତି

ଆର୍ଥିକ ପ୍ୟାକେଜର ଦ୍ଵିତୀୟ ଭାଗରେ ସେକ୍ଟୋରୋଲ ଆଶ୍ଵସ୍ତି ଉପରେ ଜୋର ଦିଆଯାଇପାରେ। ଏମଏସଏମଇ, ଏଭିଏସନ, ହୋଟେଲ ଆଣ୍ଡ ଟୁରିଜିମ୍ ପରି ସେକ୍ଟର ପାଇଁ ବିଶେଷ ରିଲିଫ ପ୍ୟାକେଜ୍ ଘୋଷଣା ହୋଇପାରେ।

ଆର୍ଥିକ କ୍ଷେତ୍ରକୁ ମିଳିପାରେ ଆଶ୍ଵସ୍ତି

ପ୍ୟାକେଜର ତୃତୀୟ ଭାଗରେ ଆର୍ଥିକ କ୍ଷେତ୍ର ଉପରେ ଜୋର ଦିଆଯିବାର ସମ୍ଭାବନା ରହିଛି। ଋଣ ମୋର୍ଚ୍ଚାରେ ବଡ ଆଶ୍ଵସ୍ତି ମିଳିପାରେ। ଶସ୍ତା ଲୋନ୍ ଯୋଗାଇବା ଓ ଋଣ ପରିଶୋଧ ମିଆଦ ବଢାଇବା ଉପରେ ଜୋର୍ ଦିଆଯାଇପାରେ।

ଟ୍ୟାକ୍ସ ମୋର୍ଚ୍ଚାରେ ମିଳିପାରେ ଆଶ୍ଵସ୍ତି

ଚତୁର୍ଥ ଭାଗରେ ଟ୍ୟାକ୍ସ ମୋର୍ଚ୍ଚାରେ ଆଶ୍ଵସ୍ତି ମିଳିପାରେ। ସୂତ୍ର ମୁତାବକ ଟିକସ ପୈଠର ସର୍ତ୍ତରେ ଟିକସଦାତାଙ୍କୁ ଆଶ୍ଵସ୍ତି ମିଳିପାରେ।

ସୂତ୍ର ମୁତାବକ, ପ୍ରଧାନମନ୍ତ୍ରୀ ନିଜର ସମ୍ବୋଧନରେ ସର୍ବାଧିକ ଗୁରୁତ୍ଵ ଲୋକଙ୍କୁ ଘରେ ରହିବା ଉପରେ ଜୋର ଦେଇ ପାରନ୍ତି। କରୋନା ମୁକାବିଲାରେ ନିୟୋଜିତ ଲୋକଙ୍କ ଉତ୍ସାହ ବଢାଇବା ଉପରେ ଜୋର ଦେଇ ପାରନ୍ତି। ଡାକ୍ତର, ନର୍ସ, ହସ୍ପିଟାଲ କର୍ମଚାରୀଙ୍କ ପ୍ରଶଂସା ସମ୍ବୋଧନରେ ରହିପାରେ। ଆର୍ଥିକ ମୋର୍ଚ୍ଚାରେ ସରକାରଙ୍କ ରଣନୀତି ଉପରେ ଉଲ୍ଲେଖ କରି ପାରନ୍ତି।

   Related Posts