ମୋଦିଙ୍କ ମନ କି ବାତ୍: ଦେଶବାସୀଙ୍କୁ କଲେ ସମ୍ବୋଧନ, କହିଲେ- ସୈନିକମାନଙ୍କ ପାଇଁ ଘରେ ଜାଳନ୍ତୁ ଗୋଟିଏ ଦୀପ

Published By : Prameya-News7 Bureau | October 25, 2020 IST

ନୂଆଦିଲ୍ଲୀ ୨୫/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦୀପାବଳି ଅବସରରେ ଘରେ ସୈନିକଙ୍କ ପାଇଁ ଗୋଟିଏ ଦୀପ ଜାଳିବା ପାଇଁ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ବିଜୟାଦଶମୀ ଅବସରରେ ମନ କି ବାତର ୭୦ତମ ସଂସ୍କରଣରେ ମୋଦି ଏଭଳି କିଛି ଆଜି କହିଛନ୍ତି। ସେ କହିଛନ୍ତି ଦେଶବାସୀ ମର୍ଯ୍ୟାଦା ଓ ସଂଯମତାର ସହ ଏହି ପର୍ବ ପାଳନ କରୁଛନ୍ତି। ଏଣୁ ଏଥିରେ ବିଜୟ ସୁନିଶ୍ଚିତ। ସେ ଦଶହରାକୁ ସଙ୍କଟ ଉପରେ ଧୈର୍ଯ୍ୟର ବିଜୟର ପର୍ବ ବୋଲି ମଧ୍ୟ କହିଛନ୍ତି।

ମୋଦି କହିଛନ୍ତି ମହାମାରୀ ବିରୋଧରେ ଯେଉଁ ଲଢ଼େଇ ଜାରି ରହିଛି ସେଥିରେ ବିଜୟ ସୁନିଶ୍ଚିତ। ମାତ୍ର କରୋନା ସଙ୍କଟ କାଳରେ ଧୈର୍ଯ୍ୟ ବଜାୟ ରଖିବା ଦରକାର । ପୂର୍ବରୁ ଦୁର୍ଗା ପୂଜା ଅବସରରେ ବଡ଼ ବଡ଼ ପେଣ୍ଡାଲ ଲାଗିଥାଏ। ଏହା ସହ ଅଯୋଧ୍ୟା ରାମଲୀଳା ଆୟୋଜନରେ ମଧ୍ୟ କଟକଣା ଲାଗିଛି। ନବରାତ୍ରି ଅବସରରେ ଭାରି ଭିଡ଼ ହୋଇଥାଏ। ମାତ୍ର ଏଥର ସମସ୍ତେ ସଂଯମତା ରକ୍ଷା କରିଛନ୍ତି। ଆଗକୁ ଇଦ୍, ବାଲ୍ଲିକୀ ଜୟନ୍ତୀ,କୁମାର ପୂଣ୍ଣିମା, ଦୀପାବଳୀ, ଧନତେରସ, ଗୁରୁ ନାନକ ଜୟନ୍ତୀ ଭଳି ଅନେକ ପର୍ବ ଆସୁଛି ମାତ୍ର ଧୈର୍ଯ୍ୟ ବଜାୟ ରଖିବା ଦରକାର କହିଛନ୍ତି ମୋଦି।

ସେ ଆହୁରି କହିଛନ୍ତି ପର୍ବପର୍ବାଣୀ ଆସିଲେ ପ୍ରଥମେ ମନରେ ଆସେ ବଜାର କେବେ ଖୋଲିବ। ଏବେ ବଜାର ଯିବା ବେଳେ ସାବଧାନତା ଅବଲମ୍ବନ କରିବା ଦରକାର। ଏହା ସହ ସ୍ଥାନୀୟ ଉତ୍ପାଦ ଉପରେ ପ୍ରାଥମିକତା ଦେବା ଦରକାର। ଏହି ଉତ୍ସବ ଭିତରେ ଲକଡାଉନକୁ ମଧ୍ୟ ମନେ ପକାଇବା ଦରକାର। ଏହା ସହ ପୋଲିସ, ସଫେଇ କର୍ମଚାରୀ, ଘରୋଇ ସହାୟକଙ୍କୁ ମଧ୍ୟ ଏହି ଖୁସିରେ ସାମିଲ କରିବାକୁ ମୋଦି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.