ଲକ୍ଡାଉନ୍ ସମୟରେ ଦ୍ଵିତୀୟ ‘ମନ କି ବାତ’, ପ୍ରଧାନମନ୍ତ୍ରୀ କହିଲେ ଏହି ୧୦ ବଡ କଥା
26/04/2020 at 3:01 PM

ନୂଆଦିଲ୍ଲୀ ୨୬।୦୪: କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ମନ କି ବାତ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିପକ୍ଷ ଦେଶର ଲଢେଇକୁ ପ୍ରଧାନମନ୍ତ୍ରୀ ମହାଯଜ୍ଞ କହିଛନ୍ତି। ମୋଦୀ କରୋନାକୁ ପରାହତ କରିବାକୁ ନିଜର ଜୀବନ ଲଗାଇ ଦେଇଥିବା ଲୋକଙ୍କୁ ଶୁଭକାମନା ଜଣାଇ କହିଛନ୍ତି ଯେ, ଯେବେ ଦୁନିଆ ଭାରତର ଉଦ୍ୟମ ପାଇଁ ଥ୍ୟାଙ୍କୟୁ କୁହେ ତାଙ୍କୁ ବହୁତ ଗର୍ବ ଅନୁଭବ ହୁଏ। ମୋଦୀ କହିଛନ୍ତି ମାସ୍କ ଏବେ ସଭ୍ୟ ସମାଜର ପ୍ରତୀକ ହୋଇ ଯାଇଛି। ରୋଗରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ହିଁ ହେବ। ଆସନ୍ତୁ ଜାଣିବା ମନ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୧୦ ବଡ କଥା …
୧ – ୧୩୦ କୋଟି ଦେଶବାସୀଙ୍କ ଭାବନାକୁ ନମସ୍କାର କରୁଛି, ଭାରତରେ କରୋନ ବିପକ୍ଷ ଲଢେଇ ଜନତା ଲଢୁଛନ୍ତି।
୨ – ପ୍ରତ୍ୟେକ ବ୍ୟକ୍ତି ନିଜ ସାମର୍ଥ୍ୟ ହିସାବରେ କରୋନାର ମୁକାବିଲା କରୁଛନ୍ତି। କିଏ ନିଜର ପୂରା ପେନସନ ଦେଉଛି ତ କିଏ ଖେତର ସମସ୍ତ ପରିବା ଦାନ କରୁଛି ଏବଂ ଆଉ କିଏ ମାସ୍କ ତିଆରି କରି ବାଣ୍ଟୁଛନ୍ତି।
୩ – ସରକାର covidwarriors.gov.in ମାଧ୍ୟମରେ ସାମାଜିକ ସଂସ୍ଥାର ଭଲୁଣ୍ଟରିୟର୍ସ, ସିଭିଲ ସୋସାଇଟିର ପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନକୁ ଜୋଡିଛନ୍ତି।
୪ – ଦେଶର ପ୍ରତି ଅଞ୍ଚଳକୁ ଔଷଧ ପହଞ୍ଚାଇବା ଲାଗି #LifelineUdan ନାମରେ ଏକ ବିଶେଷ ଅଭିଯାନ ଜାରି ରହିଛି। ୫୦୦ ଟନରୁ ଅଧିକ ଡାକ୍ତରୀ ଉପକରଣ ଦେଶର କୋଣ ଅନୁକୋଣରେ ପହଞ୍ଚାଇଛି।
୫ – ୩୩ କୋଟି ଗରିବ ଲୋକଙ୍କୁ ୩୧୨୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଆଧାରରେ ଗରିବଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଜମା କରାଯାଉଛି।
୬ – ସ୍ଥାନୀୟ ପ୍ରଶାସନ, ରାଜ୍ୟ ସରକାର ଯେଉଁ ଦାୟିତ୍ଵ ନିର୍ବାହ କରୁଛନ୍ତି ତାହା କରୋନା କରୋନା ବିପକ୍ଷ ମୁକାବିଲାରେ ବଡ ଭୂମିକା ରହିଛି। ସେମାନଙ୍କର ପରିଶ୍ରମ ବହୁତ ପ୍ରଶଂସନୀୟ।
୭ – ଭାରତ ଦୁନିଆର କଥା ଶୁଣି ଅନେକ ଦେଶକୁ ସାହାଯ୍ୟ କରୁଛି। ଯେବେ ଦୁନିଆ ଭାରତକୁ ଥ୍ୟାଙ୍କୟୁ କହୁଛି ତେବେ ଗର୍ବ ଅନୁଭବ ହେଉଛି।
୮ – ଆମ ସମାଜରେ ଏକ ବଡ ସଚେତନତା ଆସିଛି ଯେ, ସାର୍ବଜନୀନ ସ୍ଥାନରେ ଥୁକିବା କଣ କ୍ଷତି ଘଟିଥାଏ। ଏବେ ଥୁକିବା ଅଭ୍ୟାସ୍ ଛାଡି ଦେବା ଉଚିତ୍।
୯ ରମଜାନକୁ ସଂଯମ ସେବା ଓ ଧୈର୍ଯ୍ୟର ପ୍ରତୀକ ବନାନ୍ତୁ। ମୋତେ ବିଶ୍ଵାସ ଯେ, ରମଜାନ ସମୟରେ କରୋନା ବିପକ୍ଷରେ ଚାଲିଥିବା ଲଢେଇକୁ ଆମେ ଆହୁରି ମଜବୁତ କରିବା।
୧୦ ଟେକ୍ନୋଲୋଜିର ମୋର୍ଚ୍ଚାରେ ବାସ୍ତବରେ ଏମିତି ଲାଗୁଛି ଯେ, ଦେଶର ପ୍ରତ୍ୟେକ ଇନୋଭେଟର ନୂତନ ପରିସ୍ଥିତି ଅନୁଯାୟୀ କିଛି ନା କିଛି ନୂତନ ନିର୍ମାଣ କରୁଛନ୍ତି।