Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

‘ଦିଲ୍ଲୀରେ ତ୍ରିରଙ୍ଗାର ଅପମାନ ଦେଶବାସୀଙ୍କୁ ଦୁଃଖିତ କରିଛି’ – ପ୍ରଧାନମନ୍ତ୍ରୀ

31/01/2021 at 12:05 PM

ନୂଆଦିଲ୍ଲୀ,୩୧/୦୧:  ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ପ୍ରଥମ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ଏହି ରେଡିଓ କାର୍ଯ୍ୟକ୍ରମରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର ଚାଷ ଜମିକୁ ଆଧୁନିକ କରିବା ପାଇଁ ପ୍ରତିବଦ୍ଧ ଅଟନ୍ତି । ଏହାସହ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ଉଠାଉଛନ୍ତି । ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ । ଗଣତନ୍ତ୍ର ଦିବସରେ ଲାଲ୍ କିଲ୍ଲାରେ ଯାହା ହେଲା ତାକୁ ନେଇ ଦେଶବାସୀ କ୍ଷୁବ୍ଧ ଅଛନ୍ତି । ତ୍ରିରଙ୍ଗାର ଅପମାନ ଦେଶକୁ ଦୁଃଖିତ କରିଛି । ସେ ଆହୁରି କହିଛନ୍ତି ଯେ, ୧୫ ଦିନରେ ୩୦ ଲକ୍ଷଙ୍କୁ ଟିକାକରଣ କରାଯାଇଛି । ମନ୍ କୀ ବାତ୍ କାର୍ଯ୍ୟକ୍ରମ କରିବା ବେଳେ ଜନତାଙ୍କ ପାଖରେ ଥିବା ଭଳି ମନେହୁଏ । ଆମର ଛୋଟ ଛୋଟ କଥା ଅନେକ କିଛି ଶିଖାଇଥାଏ । ଯାହା ବଞ୍ଚିବାକୁ ପ୍ରେରଣା ଦେଇଥାଏ । ସଙ୍କଟ ସମୟରେ ଭାରତ ଅନ୍ୟମାନଙ୍କୁ ସେବା ଯୋଗାଉଛି । କାରଣ ଭାରତ ପାଖରେ ଔଷଧ ଓ ଭାକସିନ୍ ରହିଛି । ଏହା ଆତ୍ମନିର୍ଭର ଅଭିଯାନ ଅଟେ ।

ସେ ଆହୁରି କହିଛନ୍ତି ଯେ, ଦେଶବାସୀ ସ୍ୱାଧିନତା ସଂଗ୍ରାମୀଙ୍କ ବାବଦରେ ଲେଖନ୍ତୁ । ନୂଆ ଅଭିଯାନ ଆରମ୍ଭ ହେବ । ଯାହା ସମସ୍ତ ରାଜ୍ୟର ଯୁବ ଲେଖକଙ୍କୁ ପ୍ରୋତ୍ସାହିତ କରିବ । ଏହାସହ ଝାନସୀର ଷ୍ଟ୍ରବେରୀ ଫେଷ୍ଟିଭାଲ୍ ବାବଦରେ ମଧ୍ୟ ମୋଦୀ ମତ ରଖିଥିଲେ । ସେ ଆହୁରି କହିଥିଲେ ଯେ, ଚଳିତ ବର୍ଷ ପରେଡରେ ବାୟୁସେନାର ୨ ମହିଳା ଅଫିସର ଇତିହାସ ରଚିଥିଲେ । ଦେଶରେ ମହିଳାଙ୍କ ଯୋଗଦାନ ଲଗାତର ଭାବେ ବଢିବାରେ ଲାଗିଛି । ଦେଶର ଗାଁମାନଙ୍କରେ ଏହି କଥା ପହଁଚିବା ଦରକାର ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଚଳିତ ବର୍ଷ କ୍ରିକେଟ ପିଚରୁ ଭଲ ଖବର ମିଳିଛି । ପ୍ରଥମେ ସମସ୍ୟାର ସମ୍ମୁଖୀନ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍ ହାସଲ କରିଥିଲେ । ଏହା କଠିନ ପରିଶ୍ରମ ଓ ଏକତାର ଫଳ । ଅସାଧାରଣ କାର୍ଯ୍ୟ କରି ମାନବତାକୁ ନୂଆ ଦିଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କର କାର୍ଯ୍ୟ ଦେଶକୁ ଆଗକୁ ବଢାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  

   Related Posts