Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପସନ୍ଦ ଢାବା ଷ୍ଟାଇଲ କଡା ଚା’

17/09/2020 at 3:58 PM

ନୂଆଦିଲ୍ଲୀ ୧୭/୦୯ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୦ତମ ଜନ୍ମଦିନ । ୭୦ ବର୍ଷ ବୟସରେ ମଧ୍ୟ ସେ ପୁରା ଫିଟ । ତାଙ୍କ ଫିଟନେସର ରହସ୍ୟ ହେଲା ଯୋଗ ଓ ତାଙ୍କର ସାଧାରଣ ଜୀବନଶୈଳୀ ଓ ଖାଦ୍ୟପେୟ । ମୋଦି ଯୋଗକୁ ଅନ୍ତରାଷ୍ଟ୍ରୀୟ ସ୍ଥରରେ ପରିଚିତ କରାଇଛନ୍ତି । ମୋଦି ପ୍ରଥମେ ଦେଶରେ କଗା ଦିବସ ଆରମ୍ଭ କରିଥିଲେ । ଏହାପରେ ପ୍ରତିବର୍ଷ ଯୋଗ ଦିବସ ପାଳନ କରଯାଏ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନଶୈଳୀ ଓ ଖାଦ୍ୟପେୟ ମଧ୍ୟ ବହୁତ ସାଧାରଣ । 

ମୋଦିଙ୍କ ଖାଦ୍ୟପେୟ ସାଧାସିଧା । ତାଙ୍କ ଜୀବନଶୈଳୀ ପିଲାଦିନୁ ହିଁ ଅତି ସାଧାରଣ । ପିଲା ଦିନେ ମୋଦିଙ୍କୁ ତାଙ୍କ ମା ହୀରାବେନ ମୋଦି ସକାଳ ଜଳଖିଆରେ ତାଙ୍କୁ ଚା’ ଓ ବାଜ୍ରା ରୁଟି ଖାଇବାକୁ ଦେଉଥିଲେ । ଅପରାହ୍ନ ଭୋଜନରେ ମୋଦିଙ୍କ ଘରେ ଦହି କଢି ଓ ରାତିରେ ଖେଚେଡ଼ି ରନ୍ଧା ହୁଏ । ତାଙ୍କ ଘରକୁ କିଏ ଅତିଥି ଆସିଲେ ରୁଟି ଓ ତରକାରୀ ହେଉଥିଲା । ପିଲା ଦିନୁ ସାଧା ସିଧା ଖାଦ୍ୟ ଖାଉଥିବାରୁ ତାଙ୍କୁ କେବେ ମେଦ ବହୁଳତା ସମସ୍ୟା ସାମ୍ନାକୁ ହେବାକୁ ପଡିନି । ମୋଦି ଆରଏସଏସରେ ମଧ୍ୟ ଥିଲେ । ସେଠାରେ ସାଧାସିଧା ଖାଇବା ଅଭ୍ୟାସ ଥିଲା ।

୧୯୯୫ ମସିହାରେ ମୋଦି ଯେତେବେଳେ ଦିଲ୍ଲୀ ଯାଇଥିଲେ ସେତେବେଳେ ମଧ୍ୟ ସେ ସାଧାସିଧା ଖାଉଥିଲେ । ତାଙ୍କୁ ଚା’ ବହୁତ ପସନ୍ଦ । କିନ୍ତୁ ସେ ଚା’ ପିଇବା କମେଇ ଦେଇଛନ୍ତି । ତାଙ୍କୁ ଢାବା ସ୍ଥାଇଲ ମସଲା ଚା’ ବହୁତ ପସନ୍ଦ । କିନ୍ତୁ ସେ ଏବେ ମସଲା ଚା’ ପିଇବା ମଧ୍ୟ କମ କରି ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଥରେ ମଞ୍ଚରୁ ଓହ୍ଲାଇ ସେ କହିଥିଲେ, ଗ୍ରୀନ ଟି ପିଇ ପିଇ ସେ ବିରକ୍ତ ହୋଇଗଲେଣି, ଯଦି ସମ୍ଭବ ହୁଏ ତାହେଲେ ସେ ଢାବା ଷ୍ଟାଇଲ ଚା’ ପିଇବେ । ତାଙ୍କ ପାଇଁ ତୁରନ୍ତ ଢାବା ଚା’ ଉପଲବ୍ଧ କରାଯାଇଥିଲା । କିନ୍ତୁ ଏହା କ୍ଵଚିତ ଦେଖିବାକୁ ମିଳେ ଯେ ସେ କୌଣସି ଜିନିଷ ପାଇଁ ତୀବ୍ର ଇଚ୍ଛା ପ୍ରକଟ କରିଥିଲେ । ସକାଳେ ଚା’ ସହ ସେ ଖାଖରା ଖାଆନ୍ତି । ଅପରାହ୍ନ ଭୋଜନରେ ରୁଟି, ତରକାରୀ ଖାଆନ୍ତି । ଛାଚ୍ ତାଙ୍କର ପ୍ରିୟ ପାନୀୟ ।

   Related Posts