ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ; ଗୁଇନ୍ଦା ବିଭାଗର ସୂଚନା

Published By : Prameya-News7 Bureau | June 26, 2018 IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ବିପଦ ରହିଛି | ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଛି | ମୋଦିଙ୍କ ପ୍ରତି ଅଜ୍ଞାତ ବିପଦ ଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି | ଏନେଇ ସବୁ ରାଜ୍ୟକୁ ଆଲର୍ଟ କରାଯାଇଛି | ମନ୍ତ୍ରୀ ହୁଅନ୍ତୁ ବା ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ସ୍ପେସିଆଲ ସ୍ୱେକ୍ୟୁରିଟିର ବିନା ଅନୁମତିରେ କେହି ତାଙ୍କ ପାଖକୁ ଯାଇପାରିବେ ନାହିଁ | ଏହା ସହ ମୋଦିଙ୍କୁ ରୋଡ ଶୋ କମ କରିବାକୁ ପରାମର୍ଶ ଦେଇଛି ସୁରକ୍ଷା ଏଜେନ୍ସି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.