ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 'ଲିଜନ୍ ଅଫ୍ ମେରିଟ୍' ସମ୍ମାନ, ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କଲେ ଡୋନାଲ୍ଡ ଟ୍ରମ୍ପ୍

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ,୨୨/୧୨: ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକାର ପ୍ରତିଷ୍ଠିତ 'ଲିଜନ୍ ଅଫ୍ ମେରିଟ୍' ଆଓ୍ୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସଙ୍ଘୁ ମୋଦୀଙ୍କ ତରଫରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

ଲିଜନ୍ ଅଫ୍ ମେରିଟ୍ ଆମେରିକାର ସବୁଠାରୁ ସମ୍ମାନସ୍ପଦ ପୁରସ୍କାର ମଧ୍ୟରୁ ଅନ୍ୟତମ । ଯାହାକୁ କୌଣସି ଆମେରିକୀୟ ସୈନ୍ୟ ଅଫିସର, ଦେଶ ପାଇଁ କିଛି ଭଲ କାମ କରିଥିବା ବ୍ୟକ୍ତି ବା ଅନ୍ୟ ଦେଶର ପ୍ରମୁଖଙ୍କୁ ପ୍ରଦାନ କରାଯାଏ ।

wp:html /wp:html

ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓବ୍ରାୟନ ନିଜ ଟ୍ୱଟରେ ଉଲ୍ଲେଖ କରିଛନ୍ତି ଯେ, ଟ୍ରମ୍ପ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲିଜନ୍ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ କରିଛନ୍ତି । ମୋଦୀ ଯେପରି ଭାବେ ଭାରତକୁ ବିଶ୍ୱସ୍ତରରେ ପହଁଚାଇଛନ୍ତି ଓ ଆମେରିକା ସହ ସମ୍ପର୍କକୁ ମଜବୁତ କରିଛନ୍ତି ତାହା ମହତ୍ତ୍ୱପୂର୍ଣ୍ଣ । ତେଣୁ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଏହି ସମ୍ମାନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଓ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.