କିର୍ଗିଜସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଦେବେ ଯୋଗ

Published By : Prameya-News7 Bureau | June 13, 2019 IST

ନୂଆଦିଲ୍ଲୀ ୧୩|୬: କିର୍ଗିସ୍ତାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସାଂଘାଇ ସହଯୋଗ ସଂଗଠନ , ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ସକାଳେ କିର୍ଗିସ୍ତାନ ଗସ୍ତ କରିଛନ୍ତି ।  ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ଯୋଗ ଦେଉଛନ୍ତି । ସେହିଭଳି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ । ମୋଦୀଙ୍କ ବିମାନ ପାକିସ୍ତାନ ଆକାଶ କ୍ଷେତ୍ରଦେଇ କିର୍ଗିସ୍ତାନ ଯାଇ ନାହିଁ । ସେ ମୁମ୍ବାଇ ଠାରୁ ଓମାନ ରାସ୍ତାରେ ବିଶକେକ ଯିବେ । ମୋଦୀ ପାଖାପାଖି ଅପରାହ୍ଣ ୨ଟାରେ କିର୍ଗିସ୍ତାନ ପହଂଚିବେ । ଚୀନ ରାଷ୍ଟ୍ରପତି ଏହି ସମ୍ମିଳନୀରେ ଯୋଗଦେବାକୁ ବୁଧବାର ପହଂଚିଛନ୍ତି । ସମ୍ମିଳନୀ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ । ସାଧାରଣ ନିର୍ବାଚନ ୨୦୧୯ରେ ବିଜେପିକୁ ବଡ଼ ବିଜୟ ମିଳିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ବୈଠକ । ଏସସିଓର ୧୯ତମ ସମ୍ମିଳନୀ ଜୁନ ୧୪ରେ ଶେଷ ହେବ । ଚୀନ ନେତୃତ୍ୱରେ ୮ ସଦସ୍ୟ ଆର୍ଥିକ ଓ ସୁରକ୍ଷା ସମୂହ ଅଛନ୍ତି, ଯେଉଁଥିରେ ଭାରତ ଓ ପାକିସ୍ତାନ ମଧ୍ୟ ୨୦୧୭ରୁ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.