Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଉତ୍ତରାଖଣ୍ଡରେ ୧୮୦୦୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

4/12/2021 at 7:10 PM

ଡେରାଡୁନ୍‌ ୦୪/୧୨: ଶନିବାର ଡେରାଡୁନ୍‌ରେ ୧୮୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ୍‌ ଏବଂ ଶିଳାନ୍ୟାସ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ୧୮ଟି ବିକାଶ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ୍‌ କରିଥିବା ବେଳେ ଏଥିରେ ଡେରାଡୁନ-ଦିଲ୍ଲୀ ଏକ୍ସପ୍ରେସ୍‌ ଓ୍ବେ ମଧ୍ୟ ସାମିଲ ରହିଛି। ଏଥିପାଇଁ ପାଖାପଖି ୮୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଏହି ଏକ୍ସପ୍ରେସ୍‌ ଓ୍ବେ ତିଆରି ହୋଇଯିବା ପରେ ଦିଲ୍ଲୀରୁ ଡେରାଡୁନ୍‌ ପହଞ୍ଚିବା ପାଇଁ ଅଢ଼େଇ ଘଣ୍ଟା ସମୟ ଲାଗିବ। ଏଥିରେ ଏସିଆର ସବୁଠୁ ବଡ଼ ୧୨ କି.ମି ଦୀର୍ଘ ବନ୍ୟଜୀବୀ ଏଲିଭେଟେଡ୍‌ କରିଡର ମଧ୍ୟ ସାମିଲ ଅଛି।  

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ  ୨୨୦ କୋଟି ଟଙ୍କା ବ୍ୟୟରେ ବଦ୍ରିନାଥ ଧାମ, ୫୪ କୋଟି ଟଙ୍କା ବ୍ୟୟରେ ଗଙ୍ଗୋତ୍ରୀ ଏବଂ ୟମୁନୋତ୍ରୀରେ ଅନେକ ବିକାଶ କାର୍ଯ୍ୟ ଏବଂ ଗଙ୍ଗା ନଦୀ ଉପରେ ୬୯ କୋଟି ଟଙ୍କା ବ୍ୟୟରେ ୧୩୨ ମିଟାର ଦୀର୍ଘ ସେତୁର ଶିଳାନ୍ୟାସ କରିଛନ୍ତି। ଲୋକାର୍ପଣ ହୋଇଥିବା ପ୍ରମୁଖ ପ୍ରକଳ୍ପ ମଧ୍ୟରେ ଯମୁନା ନଦୀରେ ୧୨୦ ମେଗାଓ୍ବାଟ୍‌ର ବିଜୁଳି ପ୍ରୋଜେକ୍ଟ, ଚାରଧାମ ସଡ଼କ ପ୍ରକଳ୍ପ, ଜାତୀୟ ରାଜମାର୍ଗ ୫୮ ଉପରେ ଦେବପ୍ରୟାଗ ଏବଂ ଶ୍ରୀକୋଟ ମଧ୍ୟରେ ୩୮ କିମି ରାସ୍ତାର ପ୍ରଶସ୍ତିକରଣ ପ୍ରକଳ୍ପ ଆଦି ସାମିଲ ରହିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡ ପାଇଁ ଲକ୍ଷେ କୋଟି ଟଙ୍କାରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏଠାକାର ସରକାର ଏହି ସବୁ ପ୍ରକଳ୍ପକୁ ବାସ୍ତବ ରୂପ ଦେଉଛନ୍ତି। ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଯାଇ ଆଜି ୧୮୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି ।

   Related Posts