Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର : ୮.୫୫ କୋଟି ଚାଷୀଙ୍କୁ ୧୭ ହଜାର ୧୦୦ କୋଟି ଟଙ୍କାର ଷଷ୍ଠ କିସ୍ତି ଜାରି

9/08/2020 at 12:22 PM

ନୂଆଦିଲ୍ଲୀ ୦୯/୦୮ : ପ୍ରଧାନମନ୍ତ୍ରୀ ମୋଦି କୃଷି ଭିତ୍ତିଭୂମି ପାଣ୍ଠି ଅନୁସାରେ ଏକ ଲକ୍ଷ କୋଟି ଟଙ୍କା ଆର୍ଥିକ ସୁବିଧା ଆରମ୍ଭ କରିଛନ୍ତି | ଏହି ପାଣ୍ଠି କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍, କୃଷି କ୍ଷେତ୍ରରେ ଟେକ୍ନୋଲୋଜି କମ୍ପାନୀ ଏବଂ କୃଷକ ଗୋଷ୍ଠୀକୁ ଅମଳ ପରବର୍ତ୍ତୀ ପରିଚାଳନାରେ ସାହାଯ୍ୟ କରିବା ପାଇଁ ତିଆରି କରାଯାଇଛି | ଏହା ସହ ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନୁସାରେ ୮.୫୫ କୋଟିରୁ ଅଧିକ ଚାଷୀଙ୍କ ପାଇଁ ୧୭ ହଜାର ୧୦୦ କୋଟି ଟଙ୍କାର ଷଷ୍ଠ କିସ୍ତି ଜାରି କରିଛନ୍ତି | 

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଗୋଟିଏ ଦେଶର ଗୋଟିଏ ମିଶନକୁ ନେଇ ଗତ ୭ ବର୍ଷ ହେଲା ଯେଉଁ କାମ ଚାଲିଥିଲା ତାହା ବର୍ତ୍ତମାନ ପୁରା ହେବାକୁ ଯାଉଛି | ପ୍ରଥମେ e-NAM ମାଧ୍ୟମରେ ଟେକ୍ନୋଲୋଜି ଆଧାରିତ ଏକ ବଡ ବ୍ୟବସ୍ଥା ତିଆରି କରାଯାଇଛି | ବର୍ତ୍ତମାନ ଆଇନ ପ୍ରଣୟନ କରି ଚାଷୀଙ୍କୁ ମଣ୍ଡି ଟ୍ୟାକ୍ସରୁ ମୁକ୍ତ କରିଦିଆଯାଇଛି | ବର୍ତ୍ତମାନ ଚାଷୀଙ୍କ ପାଖରେ ଅନେକ ବିକଳ୍ପ ରହିଛି |”

ମୋଦି କହିଛନ୍ତି, ଏହି ଯୋଜନା ଦ୍ୱାରା ଗାଁମାନଙ୍କରେ ଚାଷୀମାନଙ୍କୁ, ଚାଷୀ କମିଟିକୁ FPOs କୁ ୱେୟାରହାଉସ ତିଆରି କରିବାକୁ, ଶୀତଳ ଭଣ୍ଡାର ତିଆରି କରିବାକୁ, ଫୁଡ ପ୍ରୋସେସିଂ ସହିତ ଜଡିତ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧ ଲକ୍ଷ କୋଟି ଟଙ୍କା ସାହାଯ୍ୟ ମିଳିବ | ଗତ ଦେଢ଼ ବର୍ଷ ମଧ୍ୟରେ କୃଷକ ସମ୍ମାନ ନିଧି ଯୋଜନା ମାଧ୍ୟମରେ ୭୫ ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି | ସେଥିରୁ ୨୨ ହଜାର କୋଟି ଟଙ୍କା କରୋନା ଯୋଗୁଁ ଲକଡାଉନ ସମୟରେ ଚାଷୀଙ୍କୁ ଦିଆଯାଇଛି | ଆଧୁନିକ ଭିତ୍ତିଭୂମି ଦ୍ୱାରା କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠାନ ପାଇଁ ସାହାଯ୍ୟ ମିଳିବ | ଆତ୍ମନିର୍ଭର ଭାରତ ଅଭିଯାନରେ ସମସ୍ତ ଜିଲ୍ଲାରେ ପ୍ରସିଦ୍ଧ ଉତ୍ପାଦକୁ ଦେଶ ଓ ଦୁନିଆ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ବଡ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ମୋଦି କହିଛନ୍ତି | 

ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ପ୍ରଶଂସା କରି କହିଛନ୍ତି, “ଆମ ଚାଷୀ ହିଁ ଲକଡାଉନ ସମୟରେ ଦେଶରେ ଖାଇବା ପିଇବା ଆଦି ଆବଶ୍ୟକୀୟ ସାମଗ୍ରୀର ଅଭାବ ହେବାକୁ ଦେଇନାହାନ୍ତି | ଦେଶରେ ଯେତେବେଳେ ଲକଡାଉନ ଲାଗୁ କରାଯାଇଥିଲା ସେତେବେଳେ ଆମ ଚାଷୀ କ୍ଷେତରେ ଫସଲ କାଟୁଥିଲେ ଏବଂ ଚାଷ ବୁଣିବାରେ ନୂଆ ରେକର୍ଡ କରୁଥିଲେ | ସରକାର ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ଚାଷୀଙ୍କ ଉତ୍ପାଦର ରେକର୍ଡ ମାତ୍ରରେ ବିକ୍ରି ହେଉ | ଯେପରିକି ଗତବର୍ଷ ତୁଳନାରେ ଚାଷୀଙ୍କ ପକେଟକୁ ପାଖାପାଖି ୨୭ ହଜାର କୋଟି ଟଙ୍କା ପହଞ୍ଚୁ |”

   Related Posts