Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ପାର୍ବଣ ଋତୁରେ ସଂକ୍ରମଣ ଚିନ୍ତା, ଆଜିଠୁ କୋଭିଡ଼ ବିରୋଧରେ ଜନ ଆନ୍ଦୋଳନ : ‘ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେପର୍ଯ୍ୟନ୍ତ ଛାଡ଼ ନାହିଁ’

8/10/2020 at 10:03 AM

ନୂଆଦିଲ୍ଲୀ ୦୮।୧୦: ଭାରତରେ କରୋନା ସଂକ୍ରମଣ ଗ୍ରାଫ ବଢିବାରେ ଲାଗିଛି । ଏସବୁ ମଧ୍ୟରେ ଭାରତରେ ଅକ୍ଟୋବର ମାସରୁ ପାର୍ବଣର ରୁତୁ ଆରମ୍ଭ ହେଉଛି । ସମସ୍ତ ଦେଶବାସୀଙ୍କୁ  ଏଥିଲାଗି ସତର୍କ ହେବାକୁ ପଡିବ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆଜିଠାରୁ କରୋନା ବିରୋଧରେ ଲଢେଇ ପାଇଁ ‘ଜନ ଆନ୍ଦୋଳନ ’ର ଆରମ୍ଭ କରିବେ ।  ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ଏଥିପାଇଁ ଟ୍ୟାଗ୍‌ ଲାଇନ୍‌ ରହିଛି- ଯେପର୍ଯ୍ୟନ୍ତ ଔଷଧ ନାହିଁ, ସେପର୍ଯ୍ୟନ୍ତ ଛାଡ଼ ନାହିଁ ।

ସୂଚନାଯୋଗ୍ୟ ଯେ, ଭାରତରେ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦଶହରା, ଦୀପାବଳୀ, ନବରାତ୍ର, ଦୁର୍ଗାପୂଜା, ଛଟ୍‌ ପୂଡା, କିସ୍‌ମସ୍‌ ସମେତ ଅନେକ ପର୍ବ ଆସିଥାଏ । ଏହା ସହିତ ଶୀତ ଦିନ ମଧ୍ୟ ଆସିଥାଏ । ତେବେ ଏହିସବୁ କାର୍ଯ୍ୟକ୍ରମ ସମୟରେ ଆମକୁ କରୋନା ସଂକ୍ରମଣରୁ ନିଜକୁ ରୋକିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଲେଖିଛନ୍ତି, ଆସନ୍ତୁ କରୋନା ବିରୋଧୀ ଏକାସାଙ୍ଗେ ଲଢେଇ କରିବା ! ସବୁବେଳେ ମାସ୍କ ପିନ୍ଧିବ। ହାତ ସଫା ରଖିବା । ସାମାଜିକ ଦୂରତା ମାନିବା । ୨ ଫୁଟ ଦୂରତା ମାନିବା । ସେହିପରି ଅନ୍ୟ ଏକ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, କରୋନା ବିରୋଧରେ ଲଢେଇ ଲୋକଙ୍କୁ ପ୍ରେରିତ କରୁଛି । କରୋନା ଯୋଦ୍ଧାମାନଙ୍କୁ ଏହା ଶକ୍ତି ଯୋଗାଉଛି । ଆମ ସମସ୍ତଙ୍କର ସାମୂହିକ ଉଦ୍ୟମରେ ଅନେକ ଲୋକଙ୍କ ଜୀବନ ବଞ୍ଚିପାରିବ । ଏହାକୁ ଆମକୁ ଜାରି ରଖିବାକୁ ପଡିବ, ଯାହାକି ଅନେକ ନାଗରିକମାନଙ୍କୁ ଭାଇରସରୁ ରକ୍ଷା କରିପାରିବ ।

କରୋନା ବିରୋଧୀ ଲଢେଇକୁ ସାତ ମାସ ବିତିଗଲାଣି । ଦେଶରେ ଆର୍ଥିକ ସ୍ଥିତିକୁ ପୂର୍ବ ସ୍ଥିତିକୁ ଫେରାଇବା ଆଣିବା ଲାଗି ଆର୍ଥିକ ଗତିବିଧି ଉପରୁ କଟକଣା ହଟାଯାଇଛି । କିନ୍ତୁ ଗତିବିଧି ଆରମ୍ଭ ହେବାକୁ ଦେଖି ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ରହିଛି । ଏପଟେ ପୁଣି ଅନେକ ପର୍ବ ଆସୁଛି । ସେଥିଲାଗି ଲୋକଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।   

   Related Posts