ବିଜେପି ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ, ବାରଣାସୀରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published By : Prameya-News7 Bureau | July 06, 2019 IST

ନୂଆଦିଲ୍ଲୀ ୬|୭: ଆଜିଠୁ ଦେଶବ୍ୟାପୀ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେପି ।  ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜେପି ମହା ସଦସ୍ୟତା ଅଭିଯାନ ଆରମ୍ଭ କରିଛି ।  ଆଜି ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ବିଜେପି କର୍ମକର୍ତ୍ତାଙ୍କୁ ମୋଦି ସମ୍ବୋଧନ କରିଥିବା ବେଳେ ମୋଦି ବଜେଟ ବାବଦରେ ମଧ୍ଯ ଆଲୋଚନା କରିଛନ୍ତି । ମୋଦି ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥା ଉପରେ ବର୍ଣ୍ଣନା କରିଛନ୍ତି ।

ଦେଶର ସ୍ବପ୍ନ ସହ ଏହା ସହ ଜଡିତ ।  ପ୍ରତି ପରିବାରର ଯେତେ ଲୋକ ରୋଜଗାର କ୍ଷମ ହେବେ ସେହି ପରିବାର ସେତେ ସମୃଦ୍ଧ ହୋଇପାରିବ । ଲୋକଙ୍କ ପାଖରେ ଜଳ ପହଞ୍ଚାଇବାକୁ ହେଲେ କୂଅରେ ଜଳ ଥିବା ଜରୁରୀ ବୋଲି କହିଛନ୍ତି । ଘରେ ଘରେ ଜଳ ପହଞ୍ଚାଇବାକୁ ଲକ୍ଷ୍ୟ ରହିଛି । ଭାରତ ମଧ୍ୟ ବିକାଶଶୀଳ ଦେଶ ବଳରେ ବିକଶିତ ଦେଶ ହୋଇପାରିବ । ଭାରତ ତାର ଲକ୍ଷ୍ଯ ନିଶ୍ଚୟ ହାସଲ କରିବ । କୃଷି କ୍ଷେତ୍ରରେ ଉନ୍ନତି ଆସିବ ସହ କୃଷକ କିଭଳି ଅଧିକ ରୋଜଗାର କରିବେ ସେ ନେଇ ମଧ୍ୟ ଜୋର ଦେଇଛନ୍ତି । ବ୍ଲୁ ଇକୋନୋମି ପାଇଁ ବଜେଟରେ ବିସ୍ତୃତ ଚର୍ଚ୍ଚା ହୋଇଛି ।

ସେହିପରି ପ୍ରଧାନମନ୍ତ୍ରୀ ସେଠାରେ ବୃକ୍ଷରୋପଣ ଅଭିଯାନ “ଆନନ୍ଦ କାନନ” ଆରମ୍ଭ କରିଛନ୍ତି । ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୮ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ମଧ୍ୟ ମୋଦି ଅନାବରଣ କରିଥିଲେ ମୋଦି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଏପଟେ  ରାଜ୍ୟସ୍ତରୀୟ ସଦସ୍ଯତା ଅଭିଯାନର ଆରମ୍ଭ ହୋଇଛି । ଏହି ଅଭିଯାନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.