Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଫାଇବର୍ କେଵଲ୍ ନେଟୱାର୍କ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

21/09/2020 at 2:54 PM

ନୂଆଦିଲ୍ଲୀ ୨୧/୦୯ : ପ୍ରଧାନମନ୍ତ୍ରୀ ମୋଦି ଷୋମବାର ଦିନ ବିହାରର ସମସ୍ତ ୪୫ ହଜାର ୯୪୫ ଗାଁକୁ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସେବା ସହ ଯୋଡିବାକୁ ପ୍ରକଳ୍ପ ଓ ରାଜମାର୍ଗ ସହ ଜଡିତ ପରିଯୋଜନା ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି, ଦେଶର ପ୍ରତ୍ୟେକ ଗାଁରେ ଇଣ୍ଟରନେଟ ଉପଯୋଗକାରୀଙ୍କ ସଂଖ୍ୟା ସହରମାନଙ୍କ ଠାରୁ ଅଧିକ ହେବ । କିନ୍ତୁ କିଛି ବର୍ଷ ପୂର୍ବରୁ ଏହା ମୁସକିଲ ଥିଲା । ଚାଷୀ, ଗାଁର ଯୁବକ, ମହିଳା ସହଜରେ ଇଣ୍ଟରନେଟ ବ୍ୟବହାର କରିବେ ନା ନାହିଁ ତା’ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି ।

ଉଦଘାଟନୀ ଅବସରରେ ମୋଦି କହିଛନ୍ତି, ଇଣ୍ଟରନେଟ ବ୍ୟବହାର ବଢିବା ସହ ଗାଁମାନଙ୍କରେ ଭଲ କ୍ୱାଲିଟି, ସ୍ପିଡ଼ ଇଣ୍ଟରନେଟ ମଧ୍ୟ ବର୍ତ୍ତମାନ ଆବଶ୍ୟକ । ସରକାରଙ୍କ ପ୍ରୟାସ ଯୋଗୁଁ ଦେଶର ପାଖାପାଖି ଦେଢ଼ ଲକ୍ଷ ପଞ୍ଚାୟତ ଯାଏଁ ଅପ୍ଟିକାଲ ଫାଇବର ପୂର୍ବରୁ ପହଞ୍ଚି ସାରିଛି ।

Telemedicine ମାଧ୍ୟମରେ ବର୍ତ୍ତମାନ ଦୂର ଦୁରନ୍ତ ଗାଁଗୁଡିକରେ ଗରିବଙ୍କୁ ମଧ୍ୟ ଶସ୍ତା ଓ ପ୍ରଭାବୀ ଚିକିତ୍ସା ଘରେ ବସି ଉପଲବ୍ଧ କରାଇବା ସମ୍ଭବ ହୋଇପାରିବ । ଏହାଦ୍ୱାରା ଚାଷୀଙ୍କୁ ଅନେକ ଲାଭ ହେବ । ଭଲ ଫସଲ, ପାଣିପାଗ ପୂର୍ବାନୁମାନ ଭଳି ସୂଚନା ତାଙ୍କୁ ସହଜରେ ମିଳିପାରିବ ।

ଦୁନିଆରେ ସେହି ଦେଶ ଅଧିକ ବିକାଶ କରିଛି ଯିଏ ନିଜର ଭିତ୍ତିଭୂମି ଉପରେ ଗମ୍ଭୀରତାର ସହ ନିବେଶ କରିଛି । କିନ୍ତୁ ଭାରତରେ ଦଶକ ଧରି ଭିତ୍ତିଭୂମି ଉପରେ ବଡ ଓ ବ୍ୟାପକ ପରିବର୍ତ୍ତନ ଆଣିଲା ଭଳି ପ୍ରଡକ୍ଟରେ ଦୃଷ୍ଟି ଦିଆଯାଇନାହିଁ ।

ବିହାରରେ ନଦୀ ଯୋଗୁଁ କଣେକ୍ଟିଭିଟିରେ ସବୁଠାରୁ ବଡ ବାଧା ସୃଷ୍ଟି ହୋଇଥିଲା । ସେଥିପାଇଁ ଯେତେବେଳେ ପିଏମ ପ୍ୟାକେଜ ଘୋଷଣା ହୋଇଥିଲା ସେତେବେଳେ ପୋଲ ନିର୍ମାଣ ଉପରେ ବିଶେଷ ଦୃଷ୍ଟି ଦିଆଯାଇଥିଲା । ଏହି ପ୍ୟାକେଜ ଅନୁଯାୟୀ ଗଙ୍ଗା ନଦୀ ଉପରେ ମୋଟ ୧୭ ପୋଲ ନିର୍ମାଣ କରାଯାଉଛି, ଯେଉଁଥିରୁ ଅଧିକାଂଶ ପୁରା ହୋଇସାରିଛି ।

ଆଗାମୀ ୪-୫ ବର୍ଷରେ ଇନଫ୍ରାଷ୍ଟ୍ରକ୍ଚରରେ ୧୧୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିରୁ ୧୯ ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରୋଜେକ୍ଟ କେବଳ ରାଜପଥ ସହ ଜଡିତ ।

   Related Posts