ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ କଲେ ଗରିବ କଲ୍ୟାଣ ରୋଜଗାର ଯୋଜନା : ପ୍ରତିଦିନ ଶ୍ରମିକ ରୋଜଗାର କରିବେ ୨୦୨ ଟଙ୍କା

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦/୦୬ : କରୋନା ଭାଇରସ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ବିଭିନ୍ନ ସହରରେ ଲକ୍ଷ ଲକ୍ଷ ସଂଖ୍ୟକ ପ୍ରବାସୀ ଶ୍ରମିକ ନିଜ ନିଜ ଭିଟାମାଟିକୁ ଫେରିଯାଇଛନ୍ତି | ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ ଜୀବିକାକୁ ନେଇ ସଙ୍କଟ ସୃଷ୍ଟି ହୋଇଛି | ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଲଞ୍ଚ କରିଛନ୍ତି | ଏହି ଅଭିଯାନ ଅନୁଯାୟୀ ୧୨୫ ଦିନ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଅଲଗା ଅଲଗା କାମ ଜରିଆରେ ରୋଜଗାର ଦିଆଯିବ | ଗରିବ କଲ୍ୟାଣ ରୋଜଗାର ଯୋଜନାରେ ମୋଟ ୧୨୫ ଦିନ କାମ କରାଯିବ | ଏଥିରେ ଦୈନିକ ପାଉଣା ମନରେଗା ପାଉଣା ହିସାବରେ ଦିଆଯିବ | ଏହି ଯୋଜନା ଅନୁସାରେ ଜଣେ ଶ୍ରମିକଙ୍କୁ ଦୈନିକ ୨୦୨ ଟଙ୍କା ମିଳିବ |

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ, ଏହି ଯୋଜନାର ଆରମ୍ଭରେ ୧୨୫ ଦିନ ପର୍ଯ୍ୟନ୍ତ ବ୍ୟାପକ ସ୍ଥରରେ ଅଭିଯାନ ଆରମ୍ଭ କରି ଲୋକନାକୁ ରୋଜଗାର ଯୋଗାଇ ଦିଆଯିବ | ଏଥିପାଇଁ ୬ ରାଜ୍ୟର ୧୧୬ ଜିଲ୍ଲାକୁ ଚୟନ କରାଯାଇଛି | ଅଭିଯାନକୁ ସଫଳ କରିବା ପାଇଁ ସରକାରୀ ତନ୍ତ୍ର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ମିଶନ ମୋଡ଼ରେ କାମ କରିବେ |

ଯେଉଁ ଶ୍ରମିକ ସ୍ପେଶାଲ କିମ୍ବା ରାଜ୍ୟ ସରକାର ଦ୍ୱାରା ଅନ୍ୟ ଉପାୟରେ ନିଜ ଗାଁକୁ ଯାଇଛନ୍ତି, ସେମାନଙ୍କ ତାଲିକା ସରକାରଙ୍କ ପାଖରେ ପୂର୍ବରୁ ହିଁ ଅଛି | ସେହି ତାଲିକା ଆଧାରରେ ସେମାଙ୍କୁ କାମ ଦିଆଯିବ | ଯେଉଁ ଶ୍ରମିକମାନେ ପଳାୟନ କରି, ଚାଲି ଚାଲି କିମ୍ବା ଅନ୍ୟ ଉପାୟରେ ନିଜ ଗାଁକୁ ଫେରିଛନ୍ତି, ସେମାନଙ୍କ ତାଲିକା ମଧ୍ୟ ସମ୍ଭବତଃ ଜିଲ୍ଲା ଅଧିକାରୀଙ୍କ ପାଖରେ ଅଛି | ରୋଜଗାର ଅଭିଯାନରେ କାମ କରାଇବା ଠାରୁ ଆରମ୍ଭ କରି ଶ୍ରମିକଙ୍କ ଶ୍ରମ ପାଉଣା ପର୍ଯ୍ୟନ୍ତ ସବୁ କାମ ରାଜ୍ୟ ସରକାରଙ୍କ ଅଧିକାରୀ କରିବେ |

୧. ସାମ୍ପ୍ରଦାୟିକ ସ୍ୱଚ୍ଛତା ପରିସର

୨. ଗ୍ରାମ ପଞ୍ଚାୟତ ଭବନ

୩. ଫାଇନାନ୍ସ କମିଶନ ଫଣ୍ଡ ଅନୁସାରେ ହେଉଥିବା କାମ

୪. ରାଷ୍ଟ୍ରୀୟ ରାଜପଥ କାମ

୫. ଜଳ ସଂରକ୍ଷଣ ଏବଂ ସଂଚୟନ କାମ

୬. କୂଅ ନିର୍ମାଣ କାମ

୭. ବୃକ୍ଷ ରୋପଣ

୮. ବଗିଚା/ପାର୍କ ଆଦିରେ ଗଛ ଲଗାଇବା କାମ

୯. ଅଙ୍ଗନବାଡି କେନ୍ଦ୍ର କାମ

୧୦. ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କାମ

୧୧. ଗ୍ରାମୀଣ ସଡକ ଏବଂ ସୀମା କାମ

୧୨. ଭାରତୀୟ ରେଳବାଇକୁ ଆସୁଥିବା କାମ

୧୩. ଶ୍ୟାମା ପ୍ରସାଦ ମୁଖାର୍ଜୀ ଅର୍ବନ ମିଶନ

୧୪. ଭାରତ ନେଟ ଅନ୍ତର୍ଗତ ଫାଇବର ଅପ୍ଟିକାଲ କେଵଲ ତାର ବିଛାଇବା କାମ

୧୫.  ପିଏମ କୁସୁମ ଯୋଜନାର କାମ

୧୬. ଜଳ ଜୀବନ ମିଶନ ଅନ୍ତର୍ଗତ ହେଉଥିବା କାମ

୧୭. ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ପ୍ରକଳ୍ପ

୧୮. କୃଷି ବିଜ୍ଞାନ କେନ୍ଦ୍ର ଅନ୍ତର୍ଗତ ଜୀବନଯାପନ ଟ୍ରେନିଂ

୧୯. ଜିଲ୍ଲା ଖଣିଜ ନିଧି ଅନ୍ତର୍ଗତ ଆସୁଥିବା କାମ

୨୦. ସଲିଡ଼ ଏବଂ ଲିକ୍ୱିଡ଼ ବେସ୍ଡ ମେନେଜମେଣ୍ଟ କାମ

୨୧. ପଶୁଙ୍କ ପାଇଁ ସେଡ ତିଆରି କରିବା କାମ

୨୨. କୁକୁଡ଼ା ଚାଷ ପାଇଁ ସେଡ ତିଆରି କାମ

୨୩.  କୀଟ କମ୍ପୋଷ୍ଟିଂ ୟୁନିଟ୍ ପ୍ରସ୍ତୁତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.