ପାକିସ୍ତାନ ପାଖରେ ଯୁଦ୍ଧ ଲଢିବା ପାଇଁ କ୍ଷମତା ନାହିଁ, ଆତଙ୍କବାଦୀଙ୍କୁ ଦେଉଛି ଆଶ୍ରୟ : ମୋଦି

Published By : Prameya-News7 Bureau | March 10, 2019 IST

ନୂଆଦିଲ୍ଲୀ ୧୦|୩ : ଆଜି ସିଆଇଏସଏଫ୍ ପାଳନ କରୁଛି ୫୦ତମ  ସ୍ଥାପନା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଆଇଏସଏଫ୍ ର ୫୦ତମ ସ୍ଥାପନା ଦିବସରେ ଆୟୋଜିତ ହୋଇଥିବା ସମାରୋହରେ ଯୋଗଦେଇଛନ୍ତି । ଏଥିପାଇଁ ସେ ଗାଜିଆବାଦ ସ୍ଥିତ ଇନ୍ଦିରାପୁରମ୍ ସିଆଇଏସଏଫର ୫ମ ବାଟାଲିୟନ କ୍ୟାମ୍ପ୍ ପହଞ୍ଚିଥିଲେ । ସେଠାରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦି ସେଠାରେ ସିଆଇଏସଏଫ ଯବାନମାନଙ୍କୁ ସମ୍ମାନୀତ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ସିଆଇଏସଏଫକୁ ୫୦ତମ ସ୍ଥାପନା ଦିବସ ସମାରୋହରେ ଶିଭକାମନା ମଧ୍ୟ ଦେଇଥିଲେ । ସେ ଦେଶର ବୀର ଯବାନମାନଙ୍କୁ ପ୍ରଣାମ କରିଥିଲେ ।

{"id":92193}

ଏହାପରେ ସେ ସିଆଇଏସଏଫ ଯବାନମାନଙ୍କୁ ସମ୍ବୋଧିତ ମଧ୍ୟ କରିଥିଲେ । ସେ ପାକିସ୍ତାନକୁ ଟାର୍ଗେସ କରି କହିଥିଲେ ପଡୋଶୀ ଦେଶ ପାଖରେ ଯୁଦ୍ଧ ଲଢିବା ପାଇଁ କ୍ଷମତା ନାହିଁ । ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଛି । ଯେତେବେଳେ ଆତଙ୍କବାଦର ଘୃଣ୍ୟ ରୂପ ଅଲଗା ଅଲଗା ରୂପରେ ଦେଖିବାକୁ ମିଳିଥାଏ ଏମିତିରେ ଦେଶର ସୁରକ୍ଷା ଏକ ବଡ ଚ୍ୟାଲେଞ୍ଜ ହୋଇଥାଏ । ଏଠାରେ ମୁଁ ସେହି ଉର୍ଜାକୁ ଅନୁଭବ କରିପାରୁଛି । ଯାହା ଦେଶର ସୁରକ୍ଷା ପାଇଁ ଜରୁରୀ ।

{"id":92194}

ଭାରତୀୟ ବାୟୁସେନାର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୋଜନସ୍ଥଳରେ ପହଞ୍ଚିଥିଲେ । ସେଠାରେ ସେ ସହିଦ ସ୍ମାରକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋଦି କହିଥିଲେ ସିଆଇଏସଏଫ ସହ ଜଡିତ ଲୋକମାନେ  ଦେଶକୁ ସୁରକ୍ଷା ଯୋଗାଇ ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ନୂଆ ଭାରତର ନୂଆ ଏବଂ ଆଧୁନିକ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଅଗ୍ରସର ହେଉଛନ୍ତି । ସେ କହିଛନ୍ତି ଯେ, ସ୍ବତନ୍ତ୍ର ଭାରତର ସ୍ବପ୍ନକୁ ସାକାର କରିବାରେ ସିଆଇଏସଏଫ ଏକ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୫୦ବର୍ଷ ଧରି ଲଗାତର ହଜାର ହଜାର ଲୋକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହାକୁ ବିକଶିତ କରାଯାଇଛି । ତେବେ ଯାଇ ଏଭଳି ସଂଗଠନ ଗଠନ ହୋଇପାରିଛି ।

ମୋଦି କହିଛନ୍ତି ଯେ, ଅନ୍ୟ ସୁରକ୍ଷାବଳ ତୁଳନାରେ ସିଆଇଏସଏଫରେ ମହିଳାମାନଙ୍କର ସଂଖ୍ୟା ଅଧିକ । ସେହି ମହିଳାମାନଙ୍କ ସହ ତାଙ୍କ ବାପା-ମାଆଙ୍କୁ ମୋଦି ଅଭନନ୍ଦନ ଜଣାଇଛନ୍ତି ।

{"id":92195}

କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଯେତେବେଳେ ସଙ୍କଟ ଦେଖାଦେଇଛି ସେତେବେଳେ ସିଆଇଏସଏଫ ତାର କର୍ତ୍ତବ୍ୟ ବହନ କରିଆସିଛି । ବିପତ୍ତି ସମୟରେ ମଧ୍ୟ ସିଆଇଏସଏଫର ଯୋଗଦାନ ଅତୁଳନୀୟ । କେରଳରେ ଆସିଥିବା ବନ୍ୟା ସମୟରେ ମଧ୍ୟ ସିଆଇଏସଏଫ ଯବାନମାନେ ଦିନ ରାତି ଏକ କରି ହଜାର ହଜାର ଲୋକଙ୍କୁ ବଞ୍ଚାଇବାରେ ସହଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୯୬୯ ମସିହା ମାର୍ଚ୍ଚ ୧୦ ତାରିଖରେ ସିଆଇଏସଏଫର ସ୍ଥାପନା ହୋଇଥିଲା । ପ୍ରଥମେ ଏଥିରେ ୩,୧୨୯ ଯବାନ ଯୋଗ ଦେଇଥିଲେ । ବର୍ତ୍ତମାନ ୧ ଲକ୍ଷ ୪୪ହଜାର ୪୧୮ ଜଣ କର୍ମଚାରୀ ଏଥିରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.