୪ଟି ମେଡିକାଲ କଲେଜର ଶିଳାନ୍ୟାସ କଲେ ମୋଦି: କହିଲେ, ଆମ ସରକାରରେ ସ୍ୱାସ୍ଥ୍ୟ ସେବାରେ ଲଗାତାର ହେଉଛି ବିକାଶ

Published By : Prameya-News7 Bureau | September 30, 2021 IST

ନୂଆଦିଲ୍ଲୀ ୩୦/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଭିଡିଓ କନଫରେନସିଂ ମାଧ୍ୟମରେ ସେଣ୍ଟ୍ରଲ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି (CIPET) ଉଦଘାଟନ କରିଛନ୍ତି। ଏହାସହ ସେ ରାଜସ୍ଥାନରେ ୪ଟି ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଛନ୍ତି। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ଭାରତ କୋଭିଡ ପରିସ୍ଥିତିରେ ଆତ୍ମନିର୍ଭର ହେବାକୁ ସଂକଳ୍ପ କରିଛି। ରାଜସ୍ଥାନରେ ୪ଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟକ୍ରମ ଓ ଇନଷ୍ଟିଚ୍ୟୁଟ ଅଫ ପେଟ୍ରୋକେମିକାଲ୍ସ ଟେକ୍ନୋଲୋଜି ଉଦଘାଟନ ଏହି ଦିଗ ପ୍ରତି ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।

{"id":520022,"sizeSlug":"full","linkDestination":"none"}

ମୋଦି କହିଛନ୍ତି, ୨୦୧୪ ମସିହା ପରଠାରୁ ରାଜସ୍ଥାନରେ ୨୩ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ସ୍ୱୀକୃତି ଦେଇଥିଲେ। ଏଥିରୁ ୭ଟି ମେଡିକାଲ କଲେଜ ଆରମ୍ଭ ହୋଇସାରିଛି। ଆଜି ବାଂସବାଡା, ସିରୋହି, ହନୁମାନଗଡ ଓ ଦୋୖସାରେ ନୂଆ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସହଯୋଗରେ ଏହି ନୂଆ ମେଡିକାଲ କଲେଜ ଠିକ ସମୟରେ ପୁରା ହେବ ବୋଲି ସେ ଆଶା କରୁଛନ୍ତି ବୋଲି କହିଛନ୍ତି। ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ଅଭାବ ଅନୁଭୂତ ହୋଇଛି, ଗତ ୬-୭ ବର୍ଷରୁ ସେସବୁକୁ ଦୂର କରିବାକୁ ଲଗାତାର ଚେଷ୍ଟା ଜାରି ରହିଛି।

ମୋଦି କହିଛନ୍ତି, ୬-୭ ବର୍ଷରେ ୧୭୦ ରୁ ଅଧିକ ନୂଆ ମେଡିକାଲ ପ୍ରସ୍ତୁତ ହୋଇଛି। ୨୦୧୪ ରେ ମେଡିକାଲର ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପାଇଁ ପ୍ରାୟ ୮୨ ହଜାର ସିଟ ଥିଲା। କିନ୍ତୁ ବର୍ତ୍ତମାନ ସିଟ ସଂଖ୍ୟା ବଢି ୧ ଲକ୍ଷ ୪୦ ହଜାର ଯାଏଁ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.