ଆସନ୍ତା ୨୪ରେ ଖୋର୍ଦ୍ଧାରେ ରଣହୁଂକାର ଦେବ ବିଜେପି: ସାଢେ ୪ବର୍ଷରେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ବୋଲି କହିଛନ୍ତି ପ୍ରତାପ ଦେବ

Published By : Prameya-News7 Bureau | December 16, 2018 IST

ଭୁବନେଶ୍ୱର ୧୬/୧୨ : ୨୪ ତାରିଖରେ ଖୋର୍ଦ୍ଧା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇଆଇଟି ଭୁବନେଶ୍ବର ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ବ୍ରହ୍ମପୁର ଆଇଜର ଶିଳାନ୍ୟାସ  ଏବଂ ପାଇକ ବିଦ୍ରୋହ ସ୍ମୃତିରେ ଡାକ ଟିକେଟ ଓ ମୁଦ୍ରାକୁଲୋକର୍ପଣ କରିବେ। ପୁଣି ଫେବୃଆରୀ ୨ ଓ ୩ ତାରିଖରେ ବିଜେପି ଆଦିବାସୀ ମୋର୍ଚ୍ଚାର ମହାଅଧିବେଶନହେବ। ଯେଉଁଥିରେ ଅମିତ ଶାହା ଯୋଗ ଦେବେ।  

{"id":64366}

ଖୋର୍ଦ୍ଧାରେ ରଣହୁଂକାର ଦେବ ବିଜେପି।  ୨୪ତାରିଖରେ ଆସୁଛନ୍ତି ମୋଦି। ଭୁବନେଶ୍ବର ଆଇଆଇଟିକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ। ବ୍ରହ୍ମପୁରଆଇଜର କ୍ୟାମ୍ପସର ଶିଳାନ୍ୟାସ, ପାଇକ ବିଦ୍ରୋହ ସ୍ମୃତିରେ ଡାକ ଟିକେଟ ଓ ମୁଦ୍ରାକୁ ଲୋକାର୍ପଣକରିବେ।  ଏହା ପରେ ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦରେ ଥିବ ଗୋଶାଳା ପଡିଆରେ ପବ୍ଲିକ ମିଟିଂରେ ଉଦବୋଧନ ଦେବେ ଏନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଟିମ ଖୋର୍ଦ୍ଧା ଯାଇ ଗୋଶାଳା ପଡିଆାର ପ୍ରାଥମିକ ଅନୁଧ୍ୟାନ କରିଛନ୍ତି। ଅନୁଧ୍ୟାନବେଳେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଏସପି  ମଧ୍ୟ ଉପସ୍ଥିତ ଥିଲେ। 

{"id":64367}

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ପୁଣି ବିଜେପି ଭୁବନେଶ୍ବରରେ କରିବ ଏସଟି ମୋର୍ଚ୍ଚାର ମହା ଅଧିବେଶନ। ଏହି ମହା ଅଧିବେଶନ ଫେବୃଆରୀ ୨ ଓ ୩ ତାରିଖରେ ହେବ । ଏଥିରୁ ୫ହଜାର ପ୍ରତିନିଧି ଯୋଗ ଦେବେ। ଏଥିସହିତ ଫେବୃଆରୀ ୩ ତାରିଖରେ ଆଦିବାସୀଙ୍କ ହକ ପାଇଁ ଭୁବନେଶ୍ବର ଚାଲ ଡାକରାରେ ଏକ ବିଶାଳର ରାଲି କରିବ ବିଜେପି । ଏଥିରେ ପ୍ରାୟ ୧ଲକ୍ଷ ଆଦିବାସୀ ଯୋଗ ଦେବେ। ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହାର ସମ୍ବୋଧନ କରିବେ। ବିଜେଡି କେନ୍ଦ୍ର ମନ୍ତ୍ରୀଙ୍କ ଓଲଟା ପ୍ରଶ୍ନ ବାଣ ମାରିଛି। ସାଢେ ୪ବର୍ଷରେ କେନ୍ଦ୍ରମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଲା ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। 

{"id":64368}

ସାଧରଣ ନିର୍ବାଚନ ଆଉ ମାତ୍ର ୪ ମାସ ଥିବାରୁ ରାଜନୈତି ମଇଦାନ ସରଗରମ ହେବାରେ ଲାଗିଛି । ବିଜେପି ଫୋକସ​‌ରେ ପୂର୍ବ ଭାରତ ଥିବାରୁ ଓଡିଶା​‌ରେ ଲଗାତାର କାର୍ଯ୍ୟକ୍ରମ ଆୟୋଜନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.