ପ୍ରଧାନମନ୍ତ୍ରୀ ମୋଦି ମୁହଁ ଖୋଲିଲା ମାତ୍ରେ ମିଛ ହିଁ କୁହନ୍ତି : ଚନ୍ଦ୍ରାବାବୁ ନାଇଡୁ

Published By : Prameya-News7 Bureau | January 04, 2019 IST

ଅମରାବତୀ ୪/୧ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓଲଟା ଆକ୍ରମଣ କରି ତାଙ୍କୁ ମିଛୁଆ ବୋଲି କହିଛନ୍ତି | ଏହା ପୂର୍ବରୁ ମୋଦି ନାଇଡୁଙ୍କ ଉପରେ ଦୁର୍ନୀତିରେ ଜଡିତ ଥିବା ଏବଂଦୁର୍ନୀତିଗ୍ରସ୍ତ କଂଗ୍ରେସ ସହ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ | ନାଇଡୁ କହିଛନ୍ତି ମୋଦି ଯେତେବେଳେ ବି ମୁହଁ ଖୋଲନ୍ତି ସବୁବେଳେ ମିଛ ହିଁ କହିଥାନ୍ତି | ସେ କହିଛନ୍ତି ଯେ, ରାଜ୍ୟ ବିଭାଜନ ବେଲେ ବିଜେପି ଆନ୍ଧ୍ରପ୍ରଦେଶ ସହ ଅନ୍ୟାୟ କରିଛି |

ନିକଟରେ ନାଇଡୁ ଗୁଣ୍ଟୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଇଥିଲେ | ସେହି ସଭାରେ ସେ ମୋଦିଙ୍କୁ ଆକ୍ଷେପ କରି କରିଥିଲେ ଯେ, ମୋଦି ମିଛୁଆ | ବୁଧବାର ଦିନ ଭିଡିଓ କନଫରେନସିଂ ଜରିଆରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଲୋକସଭା କ୍ଷେତ୍ରର ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ମୋଦି ଟିଡ଼ିପିକୁ ନିଜର ବିଚାରଧାରାକୁ ବଦଳାଇବା ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଖୋଲାଖୋଲି ମିଛ କହୁଥିବା ଅଭିଯୋଗ କରିଥିଲେ | ମୋଦିଙ୍କ ଆକ୍ଷେପର ପ୍ରତିଆକ୍ଷେପରେ ନାଇଡୁ ମୋଦିଙ୍କ ଉପରେ ଅନ୍ୟ ଦୁଇ ମୋଦି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଏବଂ ବାଇଏସଆର କଂଗ୍ରେସ ଅଧ୍ୟକ୍ଷ ଜଗମୋହନ ରେଡ୍ଡୀଙ୍କ ସହ ମିଶି ଆସନ୍ତା ସାଧାରଣ ନିର୍ବାଚନରେ ଟିଡ଼ିପିକୁ ହରାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ |

ଅପରପକ୍ଷରେ ମୋଦି କହିଥିଲେ ଯେ, ତେଲୁଗୁ ଲୋକଙ୍କ ହିତ ପାଇଁ ଟିଡ଼ିପି ଦଳ ସ୍ଥାପନା କରିଥିବା ଦିବଂଗତ ନେତା ଏନ.ଟି.ରାମରାଓ କଂଗ୍ରେସ ସବୁବେଳେ ଦୁର୍ନୀତିଗ୍ରସ୍ତ ବୋଲି କହୁଥିଲେ | କିନ୍ତୁ ଆଜି ଯେଉଁମାନେ ଶାସନରେ ଅଛନ୍ତି ସେମାନେ କଂଗ୍ରେସ ସହ ହାତ ମିଳାଇଛନ୍ତି | ତେବେ ଏନ.ଟି.ଆର ଭୁଲ ଥିଲେ ବୋଲି ସେମାନେ କହିବାକୁ ଚାହୁଁଛନ୍ତି କି ବୋଲି ମୋଦି ପ୍ରଶ୍ନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.