ଚୀନକୁ ଲାଗିବ ଡବଲ ଝଟକା, Tik Tok ଉପରେ ତାଲା ଲଗାଇ ଏବେ ଆପ୍ ତିଆରି ପାଇଁ ଯୁବକଙ୍କୁ ଚ୍ୟାଲେଞ୍ଜ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | July 04, 2020 IST

ନୂଆଦିଲ୍ଲୀ ୦୪।୦୭: ଚୀନର ହୀନ ଉଦ୍ଦେଶ୍ୟକୁ ଜବାବ ଦେବା ପାଇଁ ଭାରତ ସରକାର କେବଳ ୫୯ ଚୀନୀ ଆପ୍ସକୁ ନିଷିଦ୍ଧ କରି ନାହାନ୍ତି ବରଂ ଏହି ମାମଲାରେ ଭାରତକୁ ଆତ୍ମ ନିର୍ଭର କରିବାକୁ ଯୋଜନା ମଧ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ଵିଟ୍‌ କରି କହିଛନ୍ତି, ସେ ଆତ୍ମ ନିର୍ଭର ଭାରତ ଆପ୍‌ ଇନୋଭେସନ ଚ୍ୟାଲେଞ୍ଜ ଲଞ୍ଚ କରିବାକୁ ଯାଉଛନ୍ତି। ମୋଦୀ ଲେଖିଛନ୍ତି, ଆଜି ମେଡ୍ ଇନ ଇଣ୍ଡିଆ ଆପ୍ସ ତିଆରି ପାଇଁ ପ୍ରଯୁକ୍ତିବିଦ୍ୟା ଓ ଷ୍ଟାର୍ଟଅପ୍‌ ସମୁଦାୟ ମଧ୍ୟରେ ଅପାର ଉତ୍ସାହ ରହିଛି। ଏଥିପାଇଁ @GoI_MeitY और @AIMtoInnovate ମିଶି ଇନୋଭେସନ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି ଆପଣଙ୍କ ପାଖରେ ଏମିତି କିଛି ପ୍ରଡକ୍ଟ ରହିଛି କିମ୍ବା ଆପଣଙ୍କୁ ଲାଗୁଛି ଯେ, କିଛି ଭଲ କରିବାର ଦୃଷ୍ଟିକୋଣ ଓ କ୍ଷମତା ରହିଛି ତେବେ ଟେକ୍‌ କମ୍ୟୁନିଟି ସହିତ ଜଡିତ ହୋଇ ଯାଆନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଲିଙ୍କ୍‌ଡଇନ୍‌ରେ ନିଜର ବିଚାର ରଖିଛନ୍ତି।

wp:html /wp:html

ଚୀନର ମୋଟା ଆୟ ଉପରେ ରୋକ୍‌ ଲଗାଇଲା ଭାରତ

ଭାରତ ସରକାର ଚୀନର ଅନେକ ଆପ୍ ନିଷିଦ୍ଧ କରିଛନ୍ତି, ଯାହା ଭାରତରେ ବହୁତ ଲୋକପ୍ରିୟ ହୋଇଥିଲା ଏବଂ ମୋଟା ଅଙ୍କର ଆୟ କରୁଥିଲା। ସୀମାରେ ଚୀନର ଦୁଃସାହାସ ଦେଖିବା ପରେ ଏବଂ ଏହି ସବୁ ଆପ୍‌ରେ ତ୍ରୁଟି ମିଳିବା ପରେ ସରକାର ଏହି ପଦକ୍ଷେପ ଉଠାଇଥିଲେ। ଭାରତର ଏହି ନିଷ୍ପତ୍ତିରେ ଚିହିଁକି ଉଠିଛି ଚୀନ। ଭାରତ ଦ୍ଵାରା  ଯେଉଁ ସବୁ ଚୀନୀ ଆପ୍‌ ଉପରେ ରୋକ୍ ଲଗାଯାଇଛି ସେଥିରେ ଟିକ୍‌ଟକ୍ ଓ ୟୁସି ବ୍ରାଉଜର ମଧ୍ୟ ସାମିଲ, ଯାହା ଭାରତରେ ବହୁଳ ଲୋକପ୍ରିୟତା ହାସଲ କରିଥିଲା।

wp:html /wp:html

ଲଦାଖରେ ପହଞ୍ଚି ଚୀନକୁ ସନ୍ଦେଶ ଦେଲେ ମୋଦୀ

ଚୀନ ନିଜର ବିସ୍ତାରବାଦୀ ନୀତି କାରଣରୁ ସର୍ବଦା ନିଜ ପଡୋଶୀ ଦେଶର ଜାଗାକୁ କବ୍‌ଜା କରିବାକୁ ଉଦ୍ୟମ କରି ଆସିଛି। ଏହି କାରଣରୁ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହି ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍ ହୋଇଥିବା ବେଳେ ଅନେକ ଚୀନୀ ସୈନିକ ପ୍ରାଣ ହରାଇଥିଲେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଲଦାଖ ଗସ୍ତ କରି ଯବାନଙ୍କ ଉତ୍ସାହ ବଢାଇଥିଲେ ଏବଂ ଚୀନକୁ କଠୋର ଶବ୍ଦରେ ସନ୍ଦେଶ ମଧ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆହତ ଯବାନଙ୍କୁ ଭେଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.